Latest Odisha News

BREAKING NEWS

କୋରିଆନ ବ୍ୟକ୍ତିଙ୍କଠାରୁ ବିନା ରସିଦରେ ଜରିମାନା ଆଦାୟ; ଭିଡିଓ ଭାଇରାଲ ପରେ ଟ୍ରାଫିକ ପୋଲିସ ନିଲମ୍ବିତ

ନୂଆଦିଲ୍ଲୀ:ଦିଲ୍ଲୀ ପୋଲିସ ଭ୍ରଷ୍ଟାଚାର ପ୍ରତି ଜିରୋ ଟଲରାନ୍ସ ନୀତିକୁ ପ୍ରତିପାଦନ କରିବାକୁ ଯାଇ ଜଣେ ଟ୍ରାଫିକ ପୁଲିସକର୍ମୀଙ୍କୁ ନିଲମ୍ବିତ କରିଛନ୍ତି । ଅଭିଯୋଗ ହୋଇଛି ଯେ, ଟ୍ରାଫିକ ପୋଲିସ ଜଣେ କୋରିଆନ ନାଗରିକଙ୍କଠାରୁ ୫ ହଜାର ଟଙ୍କା ଜରିମାନା ଅସୁଲ କରିଥିଲେ । ଖାଲି ଜରିମାନା ଅସୁଲ କରିଥିଲେ ତ କଥା ସରିଥାନ୍ତା । ହେଲେ ଟ୍ରାଫିକ ପୋଲିସ ଜଣକ ୫ ହଜାର ଟଙ୍କା ଲାଞ୍ଚ ନେଇ ତାଙ୍କୁ କୌଣସି ରସିଦ ଦେଇ ନ ଥିଳେ । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଟ୍ରାଫିକ ପୋଲିସଙ୍କୁ ନିଲମ୍ବିତ କରାଯାଇଛି ।

ଏହି ଟ୍ରାଫିକ ପୋଲିସ କର୍ମଚାରୀଙ୍କ ନାଁ ମହେଶ ଚାନ୍ଦ ବୋଲି ଜଣାଯାଇଛି । ଭିଡିଓଟି ଗୋଟିଏ ମାସ ତଳର । ଏବେ ତାହା ଭାଇରାଲ ହୋଇଛି ।
ଭିଡିଓରେ ଦେଖିବାକୁ ମିଳିଛି, ଟ୍ରାଫିକ ପୋଲିସ କର୍ମୀ ଜଣକ ଜଣେ କୋରିଆନ ବ୍ୟକ୍ତି ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିଲେ । ସେଥିପାଇଁ ସେ ତାଙ୍କଠାରୁ ୫ ହଜାର ଟଙ୍କା ଜରିମାନା ମାଗିଥିଲେ । ହେଲେ କୋରିଆନ ବ୍ୟକ୍ତି ଜଣକ ୫୦୦ ଟଙ୍କା ଦେଇଥିଲେ ।

ହେଲେ ଟ୍ରାଫିକ ପୋଲିସ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ୫୦୦ ନୁହେଁ ୫ ହଜାର ଟଙ୍କା ଜରିମାନା ଦେବାକୁ ବାଧ୍ୟ କରିଥିଲେ । ଭିଡିଓରେ ଦେଖିବାକୁ ମିଳୁଛି, ବ୍ୟକ୍ତି ଜଣକ ତାଙ୍କୁ ତୁରନ୍ତ ୫ ହଜାର ଟଙ୍କା ଦେଇଥିଲେ । ଟଙ୍କା ପାଇବା ପରେ ଟ୍ରାଫିକ ପୋଲିସ ଜଣକ ତାଙ୍କ ସହ ହାତ ମଧ୍ୟ ମିଳାଇଥିଲେ ।
ଏହି ଘଟଣାକୁ ନେଇ ଆଜି ଦିଲ୍ଲୀ ପୋଲିସ ଟୁଇଟ କରିଥିଲା । ସୋସୁଆଲ ମିଡିଆରେ ଏହାକୁ ପୋଷ୍ଟ କରିବାସହ ଉକ୍ତ ଟ୍ରାଫିକ ପୋଲିସଙ୍କୁ ଯାଞ୍ଚ ହେବା ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଥିବା ସୂଚନା ଦେଇଛନ୍ତି ।

ଏଥିସହିତ ଏଥିରେ ଲେଖିଛନ୍ତି, “ଭ୍ରଷ୍ଟାଚାର ପ୍ରତି ଦିଲ୍ଲୀ ପୋଲିସର ଜିରୋ ଟଲରାନ୍ସୂ ନୀତି’ । ଟ୍ରାଫିକ ପୋଲିସ ଜଣକ ଏହା ଜାଣିବାପରେ ନିଜକୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ । ଟ୍ରାଫିସ ପୋଲିସ ଜଣକ କହିଛନ୍ତି, ସେ ରସିଦ ଦେବାକୁ ଯାଉଥିଲେ କିନ୍ତୁ ଏହି ସମୟ ମଧ୍ୟରେ କାର ଚାଳକ ପଳାଇ ଯାଇଥିଲେ ।

 

Leave A Reply

Your email address will not be published.