Latest Odisha News

BREAKING NEWS

Bhubaneswar: ଏଜି ଛକରୁ ହଟିବ ଟ୍ରାଫିକ୍ ପୋଷ୍ଟ ; ତିଆରି ହେବ ୨ ଥାକିଆ ରାସ୍ତା

ଭୁବନେଶ୍ଵର:ଭୁବନେଶ୍ଵର ଏଜି ଛକରୁ ହଟିବ ଟ୍ରାଫିକ୍ ପୋଷ୍ଟ । ଏନେଇ ଗୁରୁବାର ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ମାଟି ତଳେ ଓ ଉପରେ ୨ ଥାକିଆ ରାସ୍ତା ନିର୍ମାଣ ହେବ। କଳ୍ପନା, ଖଣ୍ଡଗିରି ଓ ଜୟଦେବ ବିହାରରୁ ନାଲ୍‌କୋ ପର୍ଯ୍ୟନ୍ତ ଏଲିଭେଟେଡ୍‌ କରିଡର୍‌ ନିର୍ମାଣ କରାଯିବ। ପ୍ରାରମ୍ଭିକ ଡିପିଆର ପ୍ରସ୍ତୁତ ହୋଇଥିବା କହିଛନ୍ତି ମନ୍ତ୍ରୀ।

ଟ୍ରାଫିକ ସମସ୍ୟା ଦୂର ପାଇଁ ୨୦ଟି ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା ରହିଛି । ଏଣିକି ଓବିସିସିର ସମସ୍ତ କାର୍ଯ୍ୟ ପେପର ଲେସ୍‌ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

 

Comments are closed.