ଭୁବନେଶ୍ବର: ୧୬ ଜୁଲାଇ ୨୦୨୬ ଅନୁଷ୍ଠିତ ହେବାକୁ ଯାଉଅଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିସହିତ ୨୪ ଜୁଲାଇ ଏବଂ ୨୫ ଜୁଲାଇରେ ଭୁବନେଶ୍ବର ସ୍ଥିତ ଇସ୍କନ୍ ମନ୍ଦିର ରଥ ଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ଅନୁଷ୍ଠିତ ହେବାକୁ ଯାଉଅଛି । ଇସ୍କନ୍ ମନ୍ଦିର ଯିବା ରାସ୍ତା ଏବଂ ଏହାର ଚତୁର୍ପାର୍ଶ୍ଵ ରେ ବହୁ ମାତ୍ରାରେ ଶ୍ରଦ୍ଧାଳୁ ମାନଙ୍କ ଜନସମାଗମ ହେବ।
ଏହାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ମାନଙ୍କ ସୁଗମନାଗମନ ଓ ଯାନବାହାନ ଗୁଡ଼ିକର ସୁପରିଚାଳନା ନିମନ୍ତେ, ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮) ଏବଂ ଭୁବନେଶ୍ୱର – କଟକ, ପୁଲିସ କମିଶନରେଟ୍ (ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡ଼ର) ୨୦୦୮ ର ଧାରା ୧୯, ୨୧, ୩୬ ଓ ୩୭ ଅନୁଯାୟୀ, ଇସ୍କନ୍ ମନ୍ଦିର ରଥ ଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ୨୦୨୬ ଉପଲକ୍ଷେ କଟକଣା ଲାଗୁ କରାଯାଇଛି ।
୧୬ ଜୁଲାଇ ୨୦୨୬ (ରଥ ଯାତ୍ରା) ଏବଂ ୨୪ ଜୁଲାଇ ୨୦୨୬ (ବାହୁଡ଼ା ଯାତ୍ରା) ସମୟରେ ଟ୍ରାଫିକ୍ କଟକଣା/ଡାଇଭର୍ସନ ଅପରାହ୍ନ ୩ ଘଟିକା ଠାରୁ ରଥ ଗୁଡ଼ିକ ସି.ଆର.ପି. ଛକ ଅତିକ୍ରମ ନକରିବା ପର୍ଯ୍ୟନ୍ତ ଖୋର୍ଦ୍ଧା ପଟୁ ଫାୟାର ଷ୍ଟେସନ୍ ସର୍ଭିସ୍ ରୋଡ୍ ଦେଇ କୌଣସି ପ୍ରକାର ଭାରୀ ଯାନ ସି.ଆର.ପି. ଛକ ଆଡ଼କୁ ଆସିପାରିବେ ନାହିଁ । ଉକ୍ତ ସମୟ ମଧ୍ୟରେ, ନିମ୍ନଲିଖତ ରାସ୍ତା ଗୁଡ଼ିକର ଉଭୟ ପାର୍ଶ୍ଵରେ କୌଣସି ଯାନବାହାନ ଚଳାଚଳ କରିପାରିବେ ନାହିଁ।
ଡି.ଏ.ଭି. ସ୍କୁଲ୍, ୟୁନିଟ୍-୮ ଠାରୁ ମାଉସୀ ମା ମନ୍ଦିର ଏବଂ ସି.ଆର.ପି. ଛକ । ସି.ଆର.ପି. ଛକ ଠାରୁ ଇସ୍କନ୍ ମନ୍ଦିର ଆଡ଼କୁ ରଥ ଗୁଡ଼ିକ ଅତିକ୍ରମ ନ କରିବା ପର୍ଯ୍ୟନ୍ତ କୌଣସି ପ୍ରକାର ଯାନବାହାନ କସ୍ତୁରବା ସ୍କୁଲ୍ ପାର୍ଶ୍ଵ ଏବଂ ନୟାପଲ୍ଲୀ ଅଣ୍ଡର ପାସ୍ ଠାରୁ ସି.ଆର.ପି. ଛକ ଆଡ଼କୁ ସର୍ଭିସ୍ ରୋଡ୍ ଦେଇ ଯାତାୟତ କରିପାରିବେ ନାହିଁ ।
୨୫ ଜୁଲାଇ ୨୦୨୬ (ସୁନା ବେଶ) ସମୟରେ ଟ୍ରାଫିକ୍ କଟକଣା/ଡାଇଭର୍ସନ ସନ୍ଧ୍ୟା ୫ ଘଟିକା ଠାରୁ ସୁନାବେଶ ଦର୍ଶନ ଶେଷ ହେବା ପର୍ଯ୍ୟନ୍ତ ସି.ଆର.ପି. ଛକ ଠାରୁ ଇସ୍କନ୍ ମନ୍ଦିର ମଧ୍ୟରେ କୌଣସି ପ୍ରକାର ଯାନବାହାନ ଯାତାୟତ କରିପାରିବେ ନାହିଁ । ଜରୁରୀ କାଳୀନ ସେବାରେ ନିୟୋଜିତ (ପୁଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ୍ ) ଯାନବାହାନ ଗୁଡ଼ିକ ନିମନ୍ତେ ଉପରୋକ୍ତ କଟକଣା ଲାଗୁ ହେବ ନାହିଁ ।