ସମ୍ବଲପୁର: ଏଣିକି ଅମାନିଆ ହେବେ ସାବାଡ। ଏଥର ଅଟୋମେସନ୍ ହେବ ଟ୍ରାଫିକ୍ ବ୍ୟବସ୍ଥା। ଆଗକୁ ଟ୍ରାଫିକ୍ ସମସ୍ୟାର ହେବ ସମାଧାନ। ଏନେଇ ପୋଲିସ ଲଗାଉଛି ଟ୍ରାଫିକ୍ ଲାଇଟ୍। ସମ୍ବଲପୁରରେ ବ୍ୟବସ୍ଥିତ ହେବ ଟ୍ରାଫିକ ବ୍ୟବସ୍ଥା। ମାନବ ବିହୀନ ହେବ ଟ୍ରାଫିକ୍ ପରିଚାଳନା। ଟ୍ରାଫିକ୍ ପୋଷ୍ଟ ଗୁଡ଼ିକରେ ଲାଗିଲାଣି ଅତ୍ୟାଧୁନିକ ଟ୍ରାଫିକ ଲାଇଟ୍।
ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ। ଲାଲ, ସବୁଜ, ଇସତ ହଳଦିଆ ରଙ୍ଗର ଟ୍ରାଫିକ ସିଗନାଲ୍ ଲାଗିବା ଆରମ୍ଭ ହୋଇଛି। ସହରରେ ଟ୍ରାଫିକ ଲାଇଟ୍ ସହ ଏଆଇ କ୍ୟାମେରା ମଧ୍ୟ ଲାଗିଛି। ଭିଡ଼ ଦେଖି ସିଗନାଲ ଦେବ ଲାଇଟ୍। ନିୟନ୍ତ୍ରଣ ହେବ ଟ୍ରାଫିକ୍। ଜେଲ୍ ଛକ, ଲକ୍ଷ୍ମୀ ଟକିଜ୍ ଛକ, ଅଇଁଠାପାଲି, କଚେରୀ ଛକ ପରି ଟ୍ରାଫିକ ବହୁଳ ଅଞ୍ଚଳରେ ଏହି ଲାଇଟ ଲାଗିବା ଆରମ୍ଭ ହୋଇଛି।
ସହରରେ ବଢୁଥିବା ଅପରାଧକୁ ରୋକିବାରେ ଏହା ସହାୟକ ହେବ। ଅପରାଧିଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏହି ସବୁ କ୍ୟାମେରା ଲଗାଯାଇଛି। କେବଳ ସେତିକି ନୁହେଁ ନିୟମ ଖିଲାପ କଲେ କିମ୍ୱା ବେପରୁଆ ଗାଡ଼ି ଚାଳନା କଲେ ଅଟୋମେଟେଡ୍ ଚାଲାଣ କଟିବ। ଯାହାକି ଅମାନିଆଙ୍କ ପ୍ରତି ସତର୍କ ଘଣ୍ଟି।
Comments are closed.