ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ୍ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଅକାଳରେ ଚାଲିଗଲା ୪ ଜଣଙ୍କ ଜୀବନ । ଏଥିରେ ଅଜା ଓ ୨ ନାତି ସହ ଜଣେ ସମ୍ପର୍କୀୟ ମୃତ୍ୟୁ ହୋଇଛି ।
ବଙ୍ଗୋମୁଣ୍ଡା ଥାନା ତୁରେକେଲା ଗାଁର ଗୋଟିଏ ପରିବାରର ୪ ଜଣ ବାଇକରେ କୌଣସି କାମରେ ଯାଇ ନିଜ ଘରକୁ ଫେରୁଥିବା ବେଳେ ସେମାନଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୫୫ ବର୍ଷର ଅଜା କ୍ଷୀର ପୁଟେଲ, ୬ ବର୍ଷର ନାତି ଦେବାଶିଷ ଓ ସଂପର୍କୀୟ ଧଅରାଖମନ ଗ୍ରାମର ମୋହନ ପୁଟେଲଙ୍କ ମୃତ୍ୟୁ ହୋଇଛି ।
ସଙ୍କଟାପନ୍ନ ଅବସ୍ଥାରେ ୪ ବର୍ଷର ନାତି ଦେବାଶିଷ ପୁଟେଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ତୁରେକେଲା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।