ସୁବର୍ଣ୍ଣପୁର: ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଇଥିବାବେଳେ ଜମ୍ମୁର କଟରାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଓଡ଼ିଆଙ୍କ ଜୀବନ । ମୃତକମାନେ ସମସ୍ତେ ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ସୂଚନା ରହିଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।
ମୃତକମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭାର ଯୋଗେନ୍ଦ୍ର ମଟାରୀ, ବିଚିତ୍ର ସାହୁ ଏବଂ ତାଙ୍କ ସ୍ତ୍ରୀ’ କବିତା ସାହୁ। ସେଠାକାର ସ୍ଥାନୀୟ ଅଟୋଚାଳକଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଜିଏମ୍ସି ଡାକ୍ତରଖାନାରେ ଗୁରୁତର ସ୍ନେହଲତାଙ୍କ ଚିକିତ୍ସା ଚାଲିଛି ।
ସୂଚନାଥାଉକି, ସୁବର୍ଣ୍ଣପୁର ଜିଲ୍ଲା ତରଭାର ୨ଟି ପରିବାରର ୭ ଜଣ ମିଶି ଜମ୍ମୁକାଶ୍ମୀରର କଟରା ନିକଟରେ ଅବସ୍ଥିତ ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଇଥିଲେ। ମଙ୍ଗଳବାର ମା’ ବୈଷ୍ଣୋଦେବୀଙ୍କ ଦର୍ଶନ କରି ସମସ୍ତେ ହେଲିକପ୍ଟର ସାହାଯ୍ୟରେ କଟରାକୁ ଫେରିଥିଲେ। କଟରା ହେଲିପ୍ୟାଡ୍ରୁ ତୀର୍ଥଯାତ୍ରୀ ଦଳର ୪ଜଣ ଯାକ ବରିଷ୍ଠ ସଦସ୍ୟ ଯୋଗେନ୍ଦ୍ର, ସ୍ନେହଲତା, ବିଚିତ୍ର ଏବଂ କବିତା ଏକ ଅଟୋରେ ହୋଟେଲକୁ ଫେରୁଥିଲେ। ଅନ୍ୟମାନେ ଚାଲିଚାଲି ଆସୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବସ୍ ଉକ୍ତ ଅଟୋକୁ ଧକ୍କା ଦେଇଥିଲା।
ଏହି ଦୁର୍ଘଟଣା ବିଷୟରେ ତରଭା ପୋଲିସକୁ କଟରା ପୋଲିସର ସୂଚନା ଦେଇଛି ।
Comments are closed.