Latest Odisha News

BREAKING NEWS

ଆଜିଠୁ ବଦଳିଲା ସିମ୍ କାର୍ଡ ନିୟମ, ଏମଏନପି ପାଇଁ ଅପେକ୍ଷା କରିବାକୁ ପଡିବ ୭ ଦିନ

ନୂଆଦିଲ୍ଲୀ: ଆଜିଠୁ ବଦଳିଲା ସିମ୍ କାର୍ଡ ନିୟମ। ଆଉ ସହଜ ହେବନି ମୋବାଇଲରେ ସିମ୍ କାର୍ଡ ପରିବର୍ତ୍ତନ। ସିମ୍ ପୋର୍ଟିଂ ପାଇଁ ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ନିୟମ । ଏମଏନପି ପାଇଁ ଅପେକ୍ଷା କରିବାକୁ ପଡିବ ୭ ଦିନ। ଜାଲ ସିମ୍ ବ୍ୟବହାର ରୋକିବା ପାଇଁ ନୂତନ ନିୟମ ଲାଗୁ କରି ସାଇବର ଅପରାଧ ବିରୋଧରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି ପ୍ରଯୁଜ୍ୟ ନିୟମର ଉଦ୍ଦେଶ୍ୟ ହେଉଛି ମୋବାଇଲ୍ ବ୍ୟବହାରକାରୀଙ୍କୁ ସାଇବର ଅପରାଧୀଙ୍କ ଶିକାର ହେବାକୁ ରକ୍ଷା କରିବା । ଟେଲିକମ୍ ମୋବାଇଲ୍ ନମ୍ବର ପୋର୍ଟେବିଲିଟି TRAI (ନବମ ସଂଶୋଧନ) ନିୟମାବଳୀ ଅଧୀନରେ ଏକ ପ୍ରମୁଖ ପରିବର୍ତ୍ତନ କରୁଛି ।

ଟ୍ରାଇ (TRAI)ର ନିଷ୍ପତ୍ତି ଅନୁସାରେ ଏବେ ଆଉ ସହଜ ହେବନି ସମାନ ନମ୍ବର ଥାଇ ସେବା ପ୍ରଦାନକାରୀ କମ୍ପାନୀ ବଦଳାଇବା। ଏଥିପାଇଁ ଆପଣଙ୍କୁ ଆବଶ୍ୟକ ପ୍ରମାଣପତ୍ର, ଓଟିପି ଦେବାକୁ ପଡ଼ିବ। ଏହା ପରେ ଏହାର ଭେରିଫିକେସନ ପାଇଁ ବି ଅପେକ୍ଷା କରିବାକୁ ପଡ଼ିବ। ଟ୍ରାଇ ମୋବାଇଲ୍ ନମ୍ବର ପୋର୍ଟେବିଲିଟିର ନିୟମକୁ ପୂର୍ବ ଅପେକ୍ଷା ଅଧିକ କଠୋର କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ, ୟୁଜର୍ସ ମାନେ ନିଜ ମୋବାଇଲ୍ ନମ୍ବରକୁ ଅନ୍ୟ କମ୍ପାନୀକୁ ସହଜରେ ପୋର୍ଟେବିଲିଟି କରିପାରୁଥିଲେ, କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ନୁହେଁ ।

ପୂର୍ବରୁ ଯଦି ଜଣେ ୟୁଜର ନିଜର ସିମ୍ କାର୍ଡ ହଜାଇ ଦିଅନ୍ତି କିମ୍ବା ସେମାନଙ୍କ ସିମ ନଷ୍ଟ ହୋଇଯାଏ, ସେ ତୁରନ୍ତ ତାଙ୍କ ନମ୍ବରକୁ ଅନ୍ୟ ସିମ୍ କାର୍ଡକୁ ପୋର୍ଟେବିଲିଟି କରିପାରୁଥିଲେ। କିନ୍ତୁ ବର୍ତ୍ତମାନ ନୂତନ ନିୟମ ଅନୁଯାୟୀ, ଯଦି ଜଣେ ୟୁଜର୍ସଙ୍କ ସିମ୍ କାର୍ଡ ଚୋରି ହୁଏ କିମ୍ବା ହଜିଯାଏ, ତେବେ ତାଙ୍କୁ ଏକ ନୂତନ ସିମ୍ କାର୍ଡ ପାଇବା ପାଇଁ ୭ ଦିନ ଅପେକ୍ଷା କରିବାକୁ ପଡିବ। ଏଭଳି କରିବାର ଉଦ୍ଦେଶ୍ୟ ହେଉଛି ସିମ ସ୍ୱାପ୍ ଫ୍ରଡ୍ ରୋକିବା ଏବଂ ୟୁଜର୍ସଙ୍କ ସୁରକ୍ଷାକୁ ମଜବୁତ କରିବା ।

ଅଂଶୀଦାରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି । ହେଲେ ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ ଅର୍ଥାତ୍ ଟ୍ରାଇ ତାକୁ ୭ ଦିନ ଧାର୍ଯ୍ୟ କରିଛନ୍ତି । ସିମ୍ ଫ୍ରଡ୍ ଓ ଗ୍ରାହକଙ୍କ ଡାଟା ସୁରକ୍ଷିତ ରଖିବା ପାଇଁ ଟ୍ରାଇ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏହି ନୂଆ ନିୟମ ଗତ ମାର୍ଚ୍ଚ ମାସରୁ ଡ୍ରାଫ୍ଟ ହୋଇସାରିଥିଲା । ଆଜି ଠାରୁ ବିଧିବଦ୍ଧ ଭାବେ ଲାଗୁ ହୋଇଛି। ଅନ୍ୟପଟେ ଅନେକ ଲୋକଙ୍କ କହିବା କଥା ହେଲା, ଜରୁରୀକାଳୀନ ସ୍ଥିତିରେ ଯେଉଁ ଗ୍ରାହକ ସିମ୍ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ସେମାନେ ଏହି ନୂଆ ନିୟମରେ ହୁଏତ ଅସୁବିଧାର ସାମ୍ନା କରିପାରନ୍ତି।

Leave A Reply

Your email address will not be published.