Latest Odisha News

BREAKING NEWS

ବ୍ରାହ୍ମଣୀ ନଦୀ ଭିତରେ ଖସି ପଡ଼ିଲା ଟ୍ରେଲର

କାମାକ୍ଷାନଗର: ବ୍ରାହ୍ମଣୀ ନଦୀ ବ୍ରିଜ୍ ଉପରୁ ଖସିଲା ଟ୍ରେଲର । ଭାରସାମ୍ୟ ହରାଇ ନଦୀ ଭିତରେ ଖସି ପଡ଼ିଲା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ କମଗରା ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଆଜି ସକାଳେ ଟ୍ରେଲର କାମାକ୍ଷାନଗର ପଟରୁ ଆସୁଥିଲା । ଏତିକିବେଳେ ଭାରସାମ୍ୟ ହରାଇ କମଗରା ନିକଟରେ ବ୍ରାହ୍ମଣୀ ନଦୀ ବ୍ରିଜ ତଳକୁ ଖସି ପଡ଼ିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରେ ଜଣେ ପ୍ରାଣ ହରାଇଥିଲେ । ଅନ୍ୟ ଗୁରୁତରଙ୍କୁ ଉଦ୍ଧାର କରି କଟକ ପଠାଯାଇଛି । ଏଯାଏ ମୃତାହତଙ୍କର ପରିଚୟ ମିଳି ପାରି ନାହିଁ ।

Comments are closed.