Latest Odisha News

BREAKING NEWS

କଟକ-ଭୁବନେଶ୍ୱର-ପୁରୀରେ ଗଡିବ ମେଟ୍ରୋ ଟ୍ରେନ !

ଭୁବନେଶ୍ୱର : ସାରା ଦେଶରେ ଗଡିବ ବନ୍ଦେ ମେଟ୍ରୋ ଟ୍ରେନ । ଏହାର ଡିଜାଇନ ଏବଂ ପୋଟ୍ରୋଟାଇପ ପ୍ରସ୍ତୁତି ଚାଲିଛି । ଚଳିତବର୍ଷ ଅଗଷ୍ଟ ସୁଦ୍ଧା ଏହାର କାମ ସରିଯିବ ବୋଲି ଅନୁମାନ କରାଯାଉଛି । ନିର୍ଦ୍ଧାରିତ ସମୟ ଅନୁସାରେ କାମ ସରିଗଲେ ଏହା ୨୦୨୪ ବେଳକୁ ଏହା ନିର୍ମାଣ ହେବା ସହ ଦେଶରେ ଗଡିବ ବୋଲି ସଂସଦରେ କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ।  ଓଡ଼ିଶାବାସୀ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ । ଓଡ଼ିଶାର କଟକ-ପୁରୀରେ ମଧ୍ୟ ଏହି ଟ୍ରେନ ଗଡିବାର ସମ୍ଭାବନା ରହିଛି ।

୫୦ରୁ ୬୦ କିମି ଦୂରତା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲୁଥିବା ବନ୍ଦେ ମେଟ୍ରୋ ଟ୍ରେନ ଚଳାଚଳ କରାଯିବାର ଯୋଜନା ରହିଛି । କେନ୍ଦ୍ର ରେଳମନ୍ତ୍ରୀ ସଂସଦରେ ଏ ବିଷୟରେ ଆଲୋଚନା କରିବା ପରେ ଏ ନେଇ ବିଧାନସଭାରେ ମଧ୍ୟ ଆଲୋଚନା ହୋଇଛି । ବିଧାୟକ ଧ୍ରୁବ ଚରଣ ସାହୁଙ୍କର ଏକ ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଛନ୍ତି, ପୁରୀ-ଭୁବନେଶ୍‌:ର- କଟକରେ ମେଟ୍ରୋ ଟ୍ରେନ ଚଳାଚଳ କରିବା ନେଇ ରାଜ୍ୟ ସରକାର ବିଚାର କରୁଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଷ୍ଟେଶନର ଭିତ୍ତିଭୂମିଉନ୍ନତୀକରଣ କାମ କରାଯାଉଛି । ଅମୃତ ଭାରତ ଷ୍ଟେଶନ ଯୋଜନାରେ ପୁରୀ,କଟକ ଓ ଭୁବନେଶ୍ୱର ରେଳ ଷ୍ଟେଶନର ନିର୍ମାଣ କାମ ଆଗେଇ ଚାଲିଛି । ପୁରୀ ଷ୍ଟେଶନ ପ୍ରକଳ୍ପ ଲାଗି ୧୬୨ କୋଟି ବ୍ୟୟ ବରାଦ କରାଯାଇଛି । ଭୁବନେଶ୍ୱର ଷ୍ଟେଶନର ପ୍ରବେଶ ପଥ ପରିବ୍‌ର୍ତନ ସହ ଅନ୍ୟାନ୍ୟ ସାମଗ୍ରୀ ସ୍ଥାନାନ୍ତର ଜାରି ରହିଛି ।ଏଥିପାଇଁ ୩୦୮ କୋଟିର ବ୍ୟୟ ବରାଦ କରାଯାଇଛି । ସେହିପରି କଟକ ଷ୍ଟେଶନ ପାଇଁ ୩୦୩ କୋଟିର ବ୍ୟୟ ବରାଦ କରାଯାଇଛି ।

ଅନ୍ୟପକ୍ଷେ କଟକ-ପୁରୀ ମଧ୍ୟରେ ଥିବା ନୂଆ ଷ୍ଟେଶନ ଭୁବନେଶ୍ୱର, ମଞ୍ଚେଶ୍ୱର, ଲିଙ୍ଗରାଜ ଷ୍ଟେଶନର ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ଭୁବନେଶ୍ୱର-ପୁରୀ ମଧ୍ୟରେ ପ୍ରମୁଖ ରେଳଷ୍ଟେଶନ ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ଯଦି ଠିକଠାକ କାମ ଚାଲେ ତେବେ ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ଏହି ରୁଟରେ ମେଟ୍ରୋ ଟ୍ରେନ ଗଡିବ ।

Leave A Reply

Your email address will not be published.