Latest Odisha News

BREAKING NEWS

Train Canceled: ବାତ୍ୟା ‘ମୋନ୍ଥା’ ପାଇଁ ଟ୍ରେନ୍ ବାତିଲ୍; ହେଲ୍ପ ଲାଇନ୍ ନଂ ଜାରି କଲା ପୂର୍ବତଟ ରେଲୱେ

ଭୁବନେଶ୍ବର: ଭୀଷଣ ବାତ୍ୟାର ରୂପ ନେଇ ସାରିଛି ‘ମୋନ୍ଥା’। ଆଜି ରାତିରେ ସ୍ଥଳଭାଗ ଛୁଇଁବ । ତେବେ ବାତ୍ୟାର ପ୍ରକୋପକୁ ଲକ୍ଷ୍ୟ ରଖି ପୂର୍ବତଟ ରେଲଓ୍ବେ ପକ୍ଷରୁ କିଛି ଟ୍ରେନ୍ ବାତିଲ୍ କରାଯାଇଛି । ପ୍ରାୟ ୪୨ଟି ଟ୍ରେନ୍ ବାତିଲ ହୋଇଛି । ଦୁଇଟି ଟ୍ରେନର ଗତପଥ ପରିବର୍ତ୍ତନ ହୋଇଥିବା ବେଳେ ୫ଟି ଟ୍ରେନକୁ ସମାୟିକ ସମୟ ପାଇଁ ବାତିଲ୍ କରାଯାଇଛି ।

ସେହିପରି ୮ଟି ଟ୍ରେନର ସମୟ ସାରଣୀ ପୁନଃନିର୍ଦ୍ଧାରିତ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ଟ୍ରେନଗୁଡ଼ିକ ମଧ୍ୟରୁ ଟ୍ରେନ ନଂ-୧୧୦୨୦ କୋଣାର୍କ ଏକ୍ସପ୍ରେସ୍ ଆଜି ବାତିଲ ରହିଛି । ଯାତ୍ରୀମାନଙ୍କୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟ୍ରେନ୍‌ର ସ୍ଥିତି ଜାଣିବା ସହିତ ଘୂର୍ଣ୍ଣିଝଡ଼ ସମୟରେ ଯାତ୍ରା ଏଡାଇବାକୁ ପରାମର୍ଶ ଦିଆଯାଇଛି । ସେହିପରି ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ପଲାସା, ଖୋର୍ଦ୍ଧା ରୋଡ୍ ଏବଂ ଭୁବନେଶ୍ୱରରେ ହେଲ୍ପ ଡେସ୍କ ଖୋଲାଯାଇଛି । ବିଶାଖାପାଟନାମ, ବିଜୟନଗରମ୍, ଶ୍ରୀକାକୁଲମ୍ ରୋଡ୍, ଦୁଭାଡ଼ା ଓ ରାୟଗଡ଼ା ବି ବାତ୍ୟା ହେଲ୍ପ ଡେସ୍କ ଖୋଲିଛି ।

ବାତ୍ୟା ସମୟରେ କୌଣସି ପ୍ରକାର ଅସୁବିଧା ଯୋଗାଯୋଗ କରିବା ପାଇଁ ପୂର୍ବତଟ ରେଲୱେ ପକ୍ଷରୁ ହେଲ୍ପ ଲାଇନ୍ ନଂ- ଜାରି କରାଯାଇଛି ।

ରେଲୱେ ହେଲ୍ପ ଲାଇନ୍ ନଂ ହେଉଛି-

  • ବିଶାଖାପାଟନାମ୍ : ୦୮୯୧-୨୭୪୬୩୩୦,୦୮୯୧-୨୭୪୪୬୧୯
  • ବିଜୟନଗରମ୍ : ୦୮୯୨୨-୨୨୧୨୦୨
  • ଶ୍ରୀକାକୁଲମ୍ ରୋଡ୍: ୦୮୯୪୨-୨୮୬୨୧୩, ୦୮୯୪୨-୨୮୬୨୪୫
  • ଦୁର୍ଭାଡ଼ା : ୦୮୯୧-୨୮୮୧୪୫୬
  • ରାୟଗଡ଼ା : ୦୮୯୧-୨୮୮୫୭୪୪, ୦୮୯୧-୨୮୮୫୭୫୫
  • ନୂଆପଡ଼ା : ୦୮୯୧-୨୮୮୫୯୩୭
  • ଆରାକୁ: ୦୮୯୩୬-୨୪୯୮୩୨
  • କୋରାପୁଟ: ୦୮୯୧-୨୮୮୪୩୧୮, ୦୮୯୧-୨୮୮୪୩୧୯
  • ଜଗଦଲପୁର: ୦୮୯୧-୨୮୮୪୭୧୪,୦୮୯୧-୨୮୮୪୭୧୫
  • ବୋବିଲି: ୦୮୯୧-୨୮୮୩୩୨୩, ୦୮୯୧-୨୮୮୩୩୨୫

Comments are closed.