Latest Odisha News

BREAKING NEWS

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

କଟକ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲ୍‌ବାହୀ ଟ୍ରେନ୍ । କଟକ ଶିଖରପୁର ଲେବଲ କ୍ରସିଂ ନିକଟରେ ଆଜି ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଭଦ୍ରକରୁ ମାଲଗାଡିଟି ଖୋର୍ଦ୍ଧା ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ।

ମାଲବାହୀ ଟ୍ରେନ୍‌ର ଗୋଟିଏ ବଗି ଲାଇନ୍‌ଚ୍ୟୁତ ହୋଇଛି । ୧୦ ନମ୍ବର ଟ୍ରାକରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ରେଲୱେ ଟେକ୍ନିକାଲ ଟିମ୍ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ଏହି ଦୁର୍ଘଟଣା ଯୋଗୁଁ ଅନ୍ୟ ଯାତ୍ରୀବାହୀ ଟ୍ରେନ୍ ଯିବା ଆସିବାରେ କୌଣସି ଅସୁବିଧା ଦେଖାଦେଇନାହିଁ ।

Leave A Reply

Your email address will not be published.