Latest Odisha News

BREAKING NEWS

ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ସିବିଆଇ ତଦନ୍ତ ଦାବି ହୋଇଛି । ଏନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । ପୀଡିତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଆବେଦନ ହୋଇଛି । ଏହାସହ ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଗିରଫ ପାଇଁ ମଧ୍ୟ ଦାବି କରାଯାଇଛି ।

ଅନ୍ୟପକ୍ଷରେ ଏହି ଘଟଣାରେ ମହିଳା କମିଶନ ଓଟିଭି ଏମଡିଙ୍କୁ ନୋଟିସ କରିଛନ୍ତି । ଯଦି ହାଜର ନହୁଅନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ପୀଡିତାଙ୍କ ମା’ ଓ ଓଟିଭ ଏମଡିଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପକୁ ଆଧାର କରି ଏହି ଘଟଣାର ତଦନ୍ତ କରାଯାଉଛି । ତେବେ ପୀଡିତାଙ୍କ ମା’ ଆଣିଥିବା ଅଭିଯୋଗକୁ ଆଧାର କରି ଓଟିଭ ଏମଡିଙ୍କୁ ନୋଟିସ କରିଛନ୍ତି ମହିଳା କମିଶନ ।

ଏହାସହ ଗତକାଲି ଘଟଣାର ତଦନ୍ତ ନେଇ ସୂଚନା ଦେଇଛନ୍ତି ଡିସିପି । ସେ କହିଛନ୍ତି, ଏଫଆଇଆର୍ କପିରେ ନାଁ ନଥିବା ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା କରାଯିବ । ସେହିପରି ଘଟଣାରେ ସମ୍ପୃକ୍ତ ଥିବା ସାକ୍ଷୀମାନଙ୍କୁ ମଧ୍ୟ ପଚରା ଉଚରା କରାଯିବ ବୋଲି ଡିସିପି କହିଛନ୍ତି ।

Leave A Reply

Your email address will not be published.