Latest Odisha News

ସେପ୍ଟେମ୍ବର ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଟ୍ରେନ୍ ବାତିଲ, ଜାଣନ୍ତୁ କେଉଁ ଟ୍ରେନ୍

ଭୁବନେଶ୍ବର : ମହାମାରୀ କରୋନା ପାଇଁ ରେଳବାଇର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ନିର୍ଦ୍ଦିଷ୍ଟ ସ୍ବତନ୍ତ୍ର ଟ୍ରେନ୍ ବାତିଲ୍ କରାଯାଇଥିବା ବେଳେ, ଆଉ କିଛି ଟ୍ରେନ୍ ଆାଂଶିକ ଭାବେ ବାତିଲ କରିଛି ରେଳବାଇ ।

ସେପ୍ଟେମ୍ବର ୧୬ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବାତିଲ୍ ହୋଇଥିବା ଟ୍ରେନ ଗୁଡିକ ହେଲା –

୧ : ୦୮୪୧୨/୦୮୪୧୧ ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର ବିଶେଷ ଟ୍ରେନ
୨ : ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ
୩ : ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ
୪ : ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ
୫ : ୦୮୪୩୧/୦୮୪୩୨ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ

ସେହିପରି ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ସେପ୍ଟେମ୍ବର ୧୬ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ ଏବଂ ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ ବୋଲି ସୂଚନା ଦେଇଛି ରେଳବାଇ ।

Leave A Reply

Your email address will not be published.