Latest Odisha News

BREAKING NEWS

ପାଇଖାନାରୁ ଉଦ୍ଧାର ହେଲା ନାଗସାପ

କଟକ : ପାଇଖାନା ପ୍ୟାନ୍ ଭିତରେ ନାଗ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଚର୍ଚ୍ଚିକା ଗାଁ ର ପ୍ରକାଶ ମିଶ୍ରଙ୍କ ପାଇଖାନା ଭିତରେ ଏକ ନାଗ ସାପ ଲୁଚି ରହିଥିବା ଦେଖିବାକୁ ମିଲିଥିଲା ।ସମୟ ସମୟରେ ଏହି ସାପଟି ବାହାରକୁ ଆସୁଥିଲା । ଆଉ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ମଧ୍ୟ ଜମିଥିଲା ।

ଗତ କାଲି ରାତିରୁ ସାପଟି ପ୍ୟାନ ଭିତରେ ଥିବାବେଳେ ଆଜି ସାପ ଉଦ୍ଧାର ହୋଇଛି । ସ୍ନେକ ହେଲ୍ପ ଲାଇନ ସଂଯୋଜକ ଲଳିତ ଓ ତାଙ୍କ ସାଥୀ ଦୁର୍ଗା ମାଧାବ ନାଗସାପକୁ ଉଦ୍ଧାର କରିଛନ୍ତି । ପ୍ରାୟ ଏକ ଘଣ୍ଟା କାଳ ପରିଶ୍ରମ କରି ସ୍ନେକ ହୁକ୍ ସାହାର୍ଯ୍ୟରେ ସାପଟିକୁ କଢାଯାଇ ଏକ ବ୍ୟାଗ ଭିତରେ ରଖାଯାଇଥିଲା ।ସାପଟିର ଲମ୍ବ ପାଖାପାଖି ୪ ଫୁଟ୍ ହେବ।

ରାତି ପ୍ରାୟ ୧୧ ଟା ପାଖାପାଖି ହେବ ପ୍ରକାଶ ମିଶ୍ରଙ୍କ ଘର ଲୋକ ଏକ ଫଟୋ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ନିକଟକୁ ପଠାଇଥିଲେ। ସେଇ ସାପଟିକୁ ନାଗ ସାପ ବୋଲି ଚିହ୍ନଟ କରି ଶୁଭେନ୍ଦୁ ବାଙ୍କୀରେ ରହୁଥିବା ସ୍ନେକ ହେଲ୍ପ ଲାଇନ ସଂଯୋଜକ ଲଳିତ ମୋହନ ପଣ୍ଡାଙ୍କୁ ଫରୱାର୍ଡ କରିଥିଲେ। ଆଜି ସକାଳେ ଲଳିତ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଦୁର୍ଗା ମାଧାବ ମହାପାତ୍ର ଙ୍କ ସହିତ ଯାଇ ସାପକୁ ଉଦ୍ଧାର କରି ଗାଁ ଠାରୁ ଯଥେଷ୍ଟ ଦୂରରେ ଛାଡିଦେଇଥିଲେ।

ସେପଟେ ସ୍ନେକ ହେଲପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଯେ କାହା ଘରର କୌଣସି ସମ୍ପତି ପତ୍ର ଭାଙ୍ଗିବା ଆମର ପସନ୍ଦ ନୁହେଁ। କିନ୍ତୁ ଏଠାରେ ବାଧ୍ୟ ହେଲୁ ପ୍ୟାନ ଭାଙ୍ଗିବାକୁ ଯେହେତୁ ଏହା ନାଗ ସାପ ଥିଲା । ଘର ଲୋକଙ୍କ ଜୀବନ ପ୍ରତି ବିପଦ ଥିଲା।

Leave A Reply

Your email address will not be published.