Latest Odisha News

BREAKING NEWS

କଲ୍ ଦର ବଢିବା ପୂର୍ବରୁ କରିନିଅନ୍ତୁ ଏହିସବୁ କାମ…

ଭୁବନେଶ୍ୱର: ଶସ୍ତା ଦରରେ ପ୍ରିପେଡ ଓ ପୋଷ୍ଟପେଡ ପ୍ଲାନରେ ପ୍ରତିଯୋଗିତା ପାଇଁ ଭାରତୀୟ ଟେଲିକମ୍ ବଜାର ବହୁତ କ୍ଷତି ସହିବାକୁ ପଡୁଛି । ଏହି କ୍ଷତିକୁ ଭରଣା ପାଇଁ ନିକଟରେ ଜିଓ, ଭୋଡାଫୋନ-ଆଇଡିଆ ଓ ବିଏସଏନଲ ଭଳି ବଡ଼ବଡ଼ ଟେଲିକମ୍ କମ୍ପାନୀ ଆସନ୍ତା ଏକ ଡିସେମ୍ବରରୁ ନିଜର ସବୁ ପ୍ଲାନର ଦର ବଢାଇବେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି ।

ଆସନ୍ତୁ ଜାଣିବା କଣ କଣ ସବୁ ପପୁଲାର ମୋବାଇଲ ପ୍ଲାନ ବ୍ୟବହାରକାରୀଙ୍କ ସବୁଠୁ ପସନ୍ଦ ।

ପ୍ରାୟତଃ ଯେକୌଣସି ଟେଲିକମ୍ କମ୍ପାନୀ କିଛି ପ୍ଲାନ ବଦଳାଇଥାନ୍ତି ତାହା ନୂଆ ରିଚାର୍ଜ ଠାରୁ ଲାଗୁହୋଇଥାଏ। ଯେମିତି କି ଜିଓର ଆଇସିୟୁ ରିଚାର୍ଜ ଲାଗୁ ହେଲା, ଯେଉଁମାନେ ଆଗରୁ ରିଚାର୍ଜ କରିନେଇଥିଲେ ତାଙ୍କ ପାଇଁ ଏହା ଲାଗିହେଲାନାହିଁ । ତେଣୁ ଡିସେମ୍ବର ପହିଲା ପୂର୍ବରୁ ନିଜର ପସନ୍ଦ ମୁତାବକ ରିଚାର୍ଜ କରିନିଅନ୍ତୁ।

ଆସନ୍ତୁ ଜାଣିବା ଜିଓ, ଏଆରଟେଲ, ବିଏସଏନଲ ଓ ଭୋଡାଫୋନ-ଆଇଡିଆର କିଛି ଅନଲିମିଟେଡ଼ ଡାଟା ଓ ଫୋନ ପ୍ଲାନ ସୁବିଧା ମିଳୁଛି।

ଜିଓ ପ୍ରିପେଡ ପ୍ଲାନ :

ଜିଓ ଗ୍ରାହକଙ୍କ ସବୁଠୁ ପସନ୍ଦ ର ପ୍ଲାନ ହେଉଛି ୩୯୯ ଟଙ୍କା ପ୍ଲାନ। ଯେହେତୁ ସବୁ ପ୍ଲାନ ବଢିବ ତେଣୁ ଏହି ପ୍ଲାନ ମଧ୍ୟ ବଢିବ ବର୍ତମାନ ଏହି ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ମିଳୁଛି। ତାସହ ଜିଓ ରୁ ଜିଓ ଫ୍ରି ସହ ଦୈନିକ ୧୦୦ ଏସଏମଏସ ମିଳୁଛି । କିନ୍ତୁ ଅନ୍ୟ ନେଟୱର୍କ କୁ କଲ କରିବାକୁ ୬ପଇସା ପ୍ରତି ମିନିଟ ଆଇୟୁସି ଚାର୍ଜ ଲାଗିବ। ଯାହା ୧୦ ଟଙ୍କା ରିଚାର୍ଜ କଲେ ୧୨୪ ମିନିଟ ମିଳିବ। ଏହି ପ୍ୟାକର ବୈଧତା ୮୪ ଦିନ।

ଏଆରଟେଲ ପ୍ରିପେଡ ପ୍ଲାନ :

ଏଆରଟେଲ ନିଜ ଗ୍ରହକକୁ ୨୪୯ ପ୍ରିପେଡ ପ୍ଲାନ ଦ୍ୱାରା ଆସୀମିତ ମାଗଣା କଲ ସହ ଏସଏମଏସ ସୁବିଧା। ଏହା ସହ ବ୍ୟବହାରକାରୀଙ୍କୁ ପ୍ରତିଦିନ ୨ ଜିବି ଡାଟା ମିଳୁଛି ଜ୍ଝ ଏହି ଉପଭୋକ୍ତା ଜିଓ ସହ ସବୁ ନେଟୱର୍କ କୁ ମାଗଣା କଲ ସୁବିଧା ପାଉଛନ୍ତି ଜ୍ଝ ବ୍ୟବହାରକାରୀଙ୍କୁ ଅତିରିକ୍ତ ଭାବେ ଏଆରଟେଲ ଏକ୍ସଷ୍ଟ୍ରୀମ, ଜି୫, ଲାଇଭ ଟିଭି ସୁବିଧା ମିଳୁଛି। ତାସହ ମ୍ୟୁଜିକ ଆପ୍ସ ଓ ୪ ଲକ୍ଷ ଟଙ୍କାର ଜୀବନବୀମା ମଧ୍ୟ ମିଳୁଛି।

ବିଏସଏନଲ ପ୍ରିପେଡ ପ୍ଲାନ :

ବିଏସଏନଲ ନିଜ ଗ୍ରାହକଙ୍କୁ ନିଜର ନିଜର ବିଭିନ୍ନ ପ୍ଲାନ ଦେଇଛି। ଅନ୍ୟ କମ୍ପାନୀ ଭଳି ତାର ନିଜ ନେଟୱର୍କ କୁ ଆସିମିତ କଲ ଓ ଅନ୍ୟକୁ ଚାର୍ଜ ଲାଗୁଛି। ତାସହ ଏସଏମଏସ ଦେଉଥିଲାବେଳେ ପ୍ରତିଦିନ ୨ଜିବି ଡାଟା ମଧ୍ୟ ଦେଉଛି।

ଭୋଡାଫୋନ ପ୍ରିପେଡ ପ୍ଲାନ :

ସେହିଭଳି ଭୋଡାଫୋନ ର ସବୁଠୁ ଲୋକପ୍ରିୟ ପ୍ଲାନ ମଧ୍ୟରେ ରହିଛି ୨୨୯ ଟଙ୍କା । ଯାହା ସବୁ ନେଟୱର୍କ କୁ ଆସିମିତ କଲ ଦେଉଥିଲାବେଳେ ଦୈନିକ ୨ ଜିବି ଡାଟା ତାସହ ଦୈନିକ ୧୦୦ ଏସଏମଏସ ସୁବିଧା ମିଳୁଛି। ଏହାର ବୈଧତା ୨୮ ଦିନ ରହୁଛି।

ଟେଲିକମ୍ ସେକ୍ଟର ପାଇଁ ଖୁସୀଖବର:

କେନ୍ଦ୍ର କ୍ୟାବିନେଟ ବିତ୍ତୀୟ ବଜେଟରେ ବହୁତ ରିହାତି ଦେଇଛି। କମ୍ପାନୀ ପାଇଁ ସ୍ପେକ୍ଟ୍ରମ କିସ୍ତି ପରିଶୋଧ ପାଇଁ ୨ ବର୍ଷ ରିହାତି ମଞ୍ଜୁରୀ ଦେଇଛି। ବିତ୍ତ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏହି ନିଷ୍ପତି ବିଷୟରେ ସୂଚନା ଦେଇ କହିଲେ, ଦୁରସଂଚାର କମ୍ପାନୀନଙ୍କୁ ୨୦୨୦-୨୦୨୧ ଓ ୨୦୨୧-୨୦୨୨ ୨ବର୍ଷ ରିହାତି ମଞ୍ଜୁରୀ ଦେଇଛନ୍ତି ସରକାର। ସୂଚନା ମୁତାବକ ଏଆରଟେଲ, ଭୋଡଫୋନ ଆଇଡିଆ, ରିଲାଏନ୍ସ ଜିଓକୁ ୪୨୦୦୦ କୋଟି ରିହାତି ମିଳିବ।

ନିକଟରେ ଭୋଡାଫୋନ-

ଆଇଡିଆ ଓ ଏଆରଟେଲକୁ ସୁପ୍ରିମକୋର୍ଟର ଝଟକା ଲାଗିଥିଲା। ଏହି କମ୍ପାନୀମାନଙ୍କୁ କୋର୍ଟ କହିଥିଲା ଯେ ଏଜିଆରର ଭରଣା କରିବାକୁ ହେବ। ଯାହାର ଝଟକା କମ୍ପାନୀମାନଙ୍କୁ ଲାଗିଲା , ଏହାଦ୍ୱାରା କମ୍ପାନୀମାନେ ଏହାର ଭରଣା ନିଜ ଟାରିଫିକ ପ୍ଲାନରେ ବଢାଇବାକୁ ସୂଚନା ଦେଇସାରିଲେଣି। ତେଣୁ ତା ପୂର୍ବରୁ ଏହିସବୁ ରିଚାର୍ଜ କରିଦିଅନ୍ତୁ, ପାରୁଛନ୍ତି ତ ଅଧିକ ସମୟସୀମା ଵାଲା ରିଚାର୍ଜ କରିନିଅନ୍ତୁ।

Leave A Reply

Your email address will not be published.