Latest Odisha News

BREAKING NEWS

ଶ୍ରୀନଗରରୁ କନ୍ୟାକୁମାରୀ ମଧ୍ୟରେ ଖୁବ୍ ଶୀଘ୍ର ଚାଲିବ ଟ୍ରେନ୍

ଶ୍ରୀନଗର:  ଶ୍ରୀନଗରରୁ -କନ୍ୟାକୁମାରୀ ମଧ୍ୟରେ ଚାଲିବ ଟ୍ରେନ । କାଶ୍ମୀରକୁ ଟ୍ରେନ ଯୋଗାଯୋଗ ସହ ଯୋଡିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ।  ଉଦମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ କାର୍ଯ୍ୟ ସରିଲେ ଟ୍ରେନ ଚଳାଚଳ ଠିକ୍ ଭାବେ ହୋଇପାରିବ । ଶ୍ରୀନଗରକୁ ସଂଯୋଗ କରୁଥିବା ରେଳପଥ କିଛି ଦିନ ଭିତରେ କାର୍ଯ୍ୟକ୍ଷମ ହୋଇଯିବ ।  ରେଳ ବୋର୍ଡର ପଦାଧିକାରୀମାନେ କହିଛନ୍ତି ଯେ ମାର୍ଚ୍ଚ ୨୦୨୪ ରେ ମଧ୍ୟରେ  କଶ୍ମୀର ଉପତ୍ୟକାରୁ କନ୍ୟାକୁମାରୀ ଓ ଉତ୍ତର-ପୂର୍ବର ଗୁଆହାଟୀ ପର୍ଯ୍ୟନ୍ତ ରେଳ ସଂଯୋଗ କାର୍ଯ୍ୟ ଶେଷ ହେବ। ଶ୍ରୀନଗର ସହିତ ରେଳ ସଂଯୋଗ ହେଲେ  ପର୍ଯ୍ୟଟନର ବିକାଶ ହୋଇପାରିବ । ସ୍ଥାନୀୟ ଲୋକମାନେ ରୋଜଗାର ପାଇବେ ଏବଂ ବ୍ୟବସାୟୀମାନେ ଉପକୃତ ହେବେ । ସେନାବାହିନୀ ପାଇଁ ମଧ୍ୟ ବିଭିନ୍ନ ସାମଗ୍ରୀ, ଗୁଳି, ଅସ୍ତ୍ରଶସ୍ତ୍ର ଇତ୍ୟାଦି କଶ୍ମୀର ଉପତ୍ୟକାରେ ସହଜରେ ପହଞ୍ଚିବାରେ ସକ୍ଷମ ହେବ।

ରେଳ ଅଧିକାରୀଙ୍କ କହିବା କଥା  ୨୭୨ କିଲୋମିଟର ପ୍ରକଳ୍ପ ମଧ୍ୟରୁ ୧୬୪ କିଲୋମିଟର ଲମ୍ୱା ଟନେଲ୍ କାମ ସରିଗଲାଣି ।  ୯୭.୫୭ କିଲୋମିଟର ମୁଖ୍ୟ ଟନେଲ ଏବଂ ୬୬.୦୪ କିଲୋମିଟର ଏସକେପ ଟନେଲର କାମ ସରିବା ଅବସ୍ଥାରେ ରହିଛି  । ମୋଟ ୩୭ଟି ସେତୁ ମଧ୍ୟରୁ ୨୮ଟି ସେତୁର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାରୁ ଆଉ ଦୁଇବର୍ଷ ମଧ୍ୟରେ ଅନ୍ୟାନ୍ୟ କାର୍ଯ୍ୟ ଶେଷ ହୋଇଯିବ ବୋଲି ରେଳ ଅଧିକାରୀମାନେ କହିଛନ୍ତି ।

Leave A Reply

Your email address will not be published.