ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଆଥଲେଟ ପଦକ ବର୍ଷା କରାଇବାରେ ଲାଗିଛନ୍ତି । ରବିବାର ମହିଳା ବକ୍ସିଂରେ ନିଖତ ଜରୀନ ଭାରତ ଖାତାରେ ଆଉ ଏକ ସ୍ୱର୍ଣ୍ଣ ଯୋଡିଛନ୍ତି । ବିଶ୍ୱ ଚାମ୍ପିୟନ ନିଖତ ୫୦ କେଜି ବିଭାଗର ଫାଇନାଲରେ ନଦର୍ଣ୍ଣ ଆୟର୍ଲାଣ୍ଡର କାର୍ଲି ମ୍ୟାକନଲଙ୍କୁ ୫-୦ରେ ପରାସ୍ତ କରିଥିଲେ । ନିଖତଙ୍କ ଫୁର୍ତି ଏବଂ ସ୍କିଲ ଆଗରେ କାର୍ଲି ସମ୍ପୂର୍ଣ୍ଣ ଭାବେ ହାର ମାନିଥିଲେ କହିଲେ ଭୁଲ ହେବନି । ସେମିଫାଇନାଲରେ ସେ ଇଂଲଣ୍ଡର ସବନ୍ନା ଅଲ୍ଫିୟାଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ । ଏଥିସହ ଭାରତ ଏ ପର୍ଯ୍ୟନ୍ତ ବକ୍ସିଂରେ ୩ଟି ସ୍ୱର୍ଣ୍ଣ ଜିତିଛି । ଓଭରାଲ ଟିମ ଇଣ୍ଡିଆର ସ୍ୱର୍ଣ୍ଣ ସଂଖ୍ୟା ୧୭ରେ ପଂହଚିବା ସହ ପଦକ ତାଲିକାରେ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ପୂର୍ବରୁ ବକ୍ସିଂରେ ନୀତୁ ଘଙ୍ଘାଂସ ଓ ଅମିତ ଫଙ୍ଗାଲ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
BREAKING NEWS
- ଓଡ଼ିଶାରେ ମୈତ୍ରୀ ଆନ୍ଦୋଳନ: ଏକ ବିହଙ୍ଗାବଲୋକନ
- ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା;ଟୁଇନସିଟିରେ ୫ବର୍ଷରେ ୫୫ ଜୀବନ….
- ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଣି ରୁଜୁ ହେଲା ନୂଆ ମାମଲା, ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗ
- କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ; ମୃତଦେହ ଧରି ପରିବାରର ଧାରଣା
- ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
- ଗାଜାରେ ଯୁଦ୍ଧବିଧ୍ୱସ୍ତ ବିଲ୍ଡିଂ ଭୁସୁଡିବାରୁ ୨୧ରୁ ଅଧିକ ମୃତ
- Herbal garden:ଲୁଣା ନଦୀକୂଳରେ ହେବ ହର୍ବାଲ ଗାର୍ଡେନ;ସଂରକ୍ଷିତ ହେବ ଔଷଧୀୟ ଉଦ୍ଭିଦ,ଶିକ୍ଷଣୀୟ ଉଦ୍ଦେଶ୍ୟରେ ବିକଶିତ…
- ଏସିଆନ ଗେମ୍ସ: ଗଙ୍ଗା ନଦୀକୁ ଡେଇଁ ପଡିଥିଲେ ସନ୍ତରଣରେ ଭାରତ ପାଇଁ ପଦକ ଜିତିଥିବା ସଚିନ
- Pak Shahzad Bhatti Network:ଶାହଜାଦ ଭଟ୍ଟି ନେଟୱାର୍କକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା; UAPA ଅଧୀନରେ…
- ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି

Comments are closed.