Latest Odisha News

BREAKING NEWS

ପାହାଡ଼ରୁ ରେଳ ଟ୍ରାକକୁ ଖସିଲା ବିରାଟ ପଥର, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ…

ରାୟଗଡ଼ା: ଟ୍ରାକ୍ ଉପରେ ପଥର ପଡ଼ିଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ, ବଡ଼ ଅଘଟଣରୁ ବର୍ତ୍ତିଗଲା ଲିଙ୍କ କୋରବା ଏକ୍ସପ୍ରେସ ଟ୍ରେନ୍ । ରାୟଗଡା ସହର ଉପକଣ୍ଠ ମଝିଘରିଆଣୀ ମନ୍ଦିର ନିକଟ ରେଳ ଧାରଣାରେ ହୋଇଛି ଏହି ଅଘଟଣ । ରେଳ ଧାରଣାରେ ପଥର ଯୋଗୁଁ କୋରବା ଟ୍ରେନ ୬ ଘଣ୍ଟା ଧରି ଅଟକି ରହିଥିଲା ।

ଖବର ମୁତାବକ, ବିଶାଖାପାଟଣା ଠାରୁ କୋରବା ଯାଉଥିଲା ଲିଙ୍କ ଏକ୍ସପ୍ରେସ । ମଧ୍ୟ ରାତ୍ରୀରେ ହଠାତ୍ ଜୋରେ ଶବ୍ଦ ହୋଇଥିଲା । ଟ୍ରେନ୍ ଡ୍ରାଇଭର ହଠାତ୍ ବ୍ରେକ ମାରି ଟ୍ରେନକୁ ରୋକିଥିଲେ I ଫଳରେ ରାତି ୧୨ଟା ରୁ ଭୋର ୫ଟା ଯାଏଁ ସେହି ଟ୍ରାକରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା I

ଖବର ପାଇଁ ରେସ୍କୁ ଟିମ ପଥରକୁ ଟ୍ରାକ୍ ରୁ ହଟାଇଥିଲେ । ଦୀର୍ଘ ୫ ଘଣ୍ଟା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିଲା I ରେଳବାଇର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ରହିଥିଲେ I ଏହି ଘଟଣାରେ ଆରପିଏଫ ତଦନ୍ତ କରୁଛି ।

 

Comments are closed.