Latest Odisha News

BREAKING NEWS

‘ଏୟାରଟେଲ୍ ସି‌କ୍ୟୋର’ କଣ? ଏହାଦ୍ବାରା ଗ୍ରାହକ କଣ ସବୁ ସୁବିଧା ପାଇପାରିବେ

ନୂଆଦିଲ୍ଲୀ: ଭାରତୀ ଏୟାରଟେଲ୍ ଭାରତରେ ଏୟାରଟେଲ୍ ଗ୍ରାହକଙ୍କ ନିମନ୍ତେ ସାଇବର୍ ସୁରକ୍ଷା ସମାଧାନ ପାଇଁ ଏକ ସୁରକ୍ଷା କବଚ ପ୍ରସ୍ତୁତ କରିଛି। ଏହାର ନାଁ ରହିଛି ‘ଏୟାରଟେଲ୍ ସିକ୍ୟୁରିଟି’। ଏହା ମାଧ୍ୟମରେ ଗ୍ରାହକଙ୍କୁ ସମ୍ଭାବ୍ୟ ବିପଦ ବିରୁଦ୍ଧରେ ଉନ୍ନତ ମାନର କୌଶଳ ଏବଂ ସୁବିଧା ପ୍ରଦାନ କରିବାକୁ କମ୍ପାନୀ ଲକ୍ଷ ରଖିଛି।

ଏହା ମାଧ୍ୟମରେ କମ୍ପାନୀ ୨୪ ଘଣ୍ଟା ଛୋଟ,ବଡ଼ ଏବଂ ମଧ୍ୟମ ବର୍ଗର ବ୍ୟବସାୟୀଙ୍କ ଉପରେ ନଜର ରଖିବପାରିବ।  ଏୟାରଟେଲ୍ ସିକ୍ୟୁରିଟି ଗ୍ରାହକମାନଙ୍କୁ ଆଣ୍ଟିପଏଣ୍ଟ ପ୍ରୋଟେକ୍ସନ୍, ଇ-ମେଲ୍ ପ୍ରୋଟେକ୍ସନ୍ ଏବଂ କ୍ଲାଉଡ୍ (ଡିଡିଓଏସ୍) ସୁରକ୍ଷା ଯୋଗାଇବ।

ତେବେ ଏହାକୁ ବିତରଣ କରିବା କରିବା ପାଇଁ ଏୟାରଟେଲ୍ ସିସ୍କୋ, ରେଡୱେୟାର, ଭିଏମ୍‌ୱେୟାର ଏବଂ ଫୋର୍ସପଏଣ୍ଟ ସହିତ ବୁଝାମଣା କରିଛି। ଏମାନେ ‌ହେଉଛନ୍ତି ଅଗ୍ରଣୀ ସାଇବର ସିକ୍ୟୁରିଟି ଟୁଲ୍ ପ୍ରଦାନକାରୀ ସଂସ୍ଥା।

ସୂଚନାଯୋଗ୍ୟ ଫ୍ଲିପ୍‌କାର୍ଟ, ହାଭେଲ୍ସ ଫିଡେଲିଟି ଇଣ୍ଡିଆ ଏବଂ ଆର୍-ସିଷ୍ଟମ ଭଳି କମ୍ପାନୀ ପୂର୍ବରୁ ଏହି ‌ସେବା ପ୍ରଦାନ ପାଇଁ ଚୁକ୍ତି କରିସାରିଛନ୍ତି।

Leave A Reply

Your email address will not be published.