Latest Odisha News

BREAKING NEWS

ଆସନ୍ତାକାଲିଠାରୁ ସ୍ୱାଭାବିକ ହେବ ଟ୍ରେନ୍ ସେବା

ଭୁବନେଶ୍ୱର: ଆସନ୍ତାକାଲି (ଅଗଷ୍ଟ ୩୧)ଠାରୁ ଭୁବନେଶ୍ୱରରେ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ। ଆଜି ରେଳ ନିରାପତ୍ତା ଆୟୁକ୍ତ ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ଲାଇନ୍ ପ୍ରକଳ୍ପର ମଞ୍ଚେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟରେ ଶେଷ ପର୍ଯ୍ୟାୟ କାର୍ଯ୍ୟର ସାଙ୍କେତିକ ପ୍ରଣାଳୀକୁ ଯାଞ୍ଚ କରିବେ।

ପୂର୍ବତଟ ରେଳପଥରେ ବିଭିନ୍ନ ସ୍ଥାନରେ ପ୍ରମୁଖ ସାଙ୍କେତିକ ଏବଂ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ୧୨ ରୁ ୩୦ ଅଗଷ୍ଟ, ୨୦୨୩ ମଧ୍ୟରେ ଚାଲୁରହିଛି। ମଞ୍ଚେଶ୍ୱର ରେଳ ଷ୍ଟେସନର ଲେଆଉଟ୍ ପରିବର୍ତ୍ତନ ସହିତ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ମଧ୍ୟରେ ତୃତୀୟ ଲାଇନ ସହ ଜଡିତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ଚାଲୁରହିଥିଲା।

ଭୁବନେଶ୍ୱର ରେଳ ଷ୍ଟେସନରେ ସାଙ୍କେତିକ ପ୍ରଣାଳୀର ପ୍ରମୁଖ ପୁନଃ-ବ୍ୟବସ୍ଥା କରାଯାଇଛି। ଏହି ସମୟ ମଧ୍ୟରେ ଭୁବନେଶ୍ୱର କୋଚ୍ ରକ୍ଷଣାବେକ୍ଷଣ ଡିପୋକୁ ପ୍ରବେଶ ଏବଂ ପ୍ରସ୍ଥାନ ଅତ୍ୟନ୍ତ ପ୍ରଭାବିତ ହୋଇଥିଲା। ପ୍ରକଳ୍ପ କାର୍ଯ୍ୟ ସମୟରେ ଭୁବନେଶ୍ୱର ମାର୍ଗ ଦେଇ ଯାତାୟାତ କରୁଥିବା କିମ୍ବା ଭୁବନେଶ୍ୱରରୁ ଛାଡୁଥିବା କିଛି ଟ୍ରେନକୁ ସାମୟିକ ଭାବରେ ବାତିଲ କରାଯାଇଥିଲା।

୩୦.୦୮.୨୦୨୩ ଦିନ ପ୍ରଭାବିତ ହେଉଥିବା ଟ୍ରେନ୍ :
ଆଂଶିକ ବାତିଲ ହୋଇଥିବା ଟ୍ରେନ୍-

A. 11020 ଭୁବନେଶ୍ୱର- ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ଖୋର୍ଦ୍ଧା ରୋଡରୁ ଛାଡ଼ୁଛି

B.12703 ହାଓଡ଼ା-ସିକନ୍ଦରାବାଦ ଫଳକନୁମା ଏକ୍ସପ୍ରେସ ବ୍ରହ୍ମପୁରରୁ ଛାଡ଼ୁଛି

C. 17015 ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ ଖୋର୍ଦ୍ଧା ରୋଡରୁ ଛାଡ଼ୁଛି

D. 22819 ଭୁବନେଶ୍ୱର-ବିଶାଖାପାଟନମ୍ ଇଣ୍ଟର ସିଟି ଏକ୍ସପ୍ରେସ ଖୋର୍ଦ୍ଧା ରୋଡରୁ ଛାଡ଼ୁଛି

ବାତିଲ୍ ଟ୍ରେନ୍-

A. 02831 ଧନବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଏକ୍ସପ୍ରେସ

B. 07166 କଟକ-ହାଇଦ୍ରାବାଦ ସ୍ୱତନ୍ତ୍ର ଏକ୍ସପ୍ରେସ

C. 08411 ବାଲେଶ୍ୱର – ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ

D. 08413 ତାଳଚେର – ପୁରୀ ପାସେଞ୍ଜର ସ୍ପେଶାଲ

E. 08415 ଜଳେଶ୍ୱର-ପୁରୀ ପାସେଞ୍ଜର ସ୍ପେଶାଲ

F. 08441 ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜର ସ୍ପେଶାଲ

G. 08443 ଭୁବନେଶ୍ୱର-ପଲାସା ପାସେଞ୍ଜର ସ୍ପେଶାଲ

H. 12773 ଶାଲିମାର-ସିକନ୍ଦରାବାଦ ଏକ୍ସପ୍ରେସ

I. 12821 ଶାଲିମାର-ପୁରୀ ଧଉଳି ଏକ୍ସପ୍ରେସ

J. 12879 ଏଲଟିଟି ମୁମ୍ବାଇ-ଭୁବନେଶ୍ୱର ଏକ୍ସପ୍ରେସ

K. 12897 ପଣ୍ଡିଚେରୀ-ଭୁବନେଶ୍ୱର ଏକ୍ସପ୍ରେସ

L. 18118 ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ

M. 18126 ପୁରୀ-ରାଉରକେଲା ଏକ୍ସପ୍ରେସ

N. 18448 ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ

Comments are closed.