Latest Odisha News

BREAKING NEWS

ରେଳ ଧାରଣାରେ ପଡ଼ିଗଲା ଶାଳ ଗଛ, ଅଟକି ରହିଛି ଟ୍ରେନ୍

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଳ ଷ୍ଟେସନରେ ଗୁରୁବାର ଦୁଇଟି ଟ୍ରାକ୍ ଉପରେ ଏକ ଶାଳଗଛ ପଡ଼ିଯିବାରୁ ଟ୍ରେନ ଚଳାଚଳ ଠପ୍ ହୋଇପଡ଼ିଛି। ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବାରୁ ରେଳ ଧାରଣା ଉପରେ ଥିବା ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଟ୍ରେନ୍ ଅଟକି ରହିବାରୁ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ତେଣୁ ବାଲେଶ୍ୱର-ବାଙ୍ଗିରିପୋଷି ଡିଏମୟୁ ଟ୍ରେନକୁ ବେତନଟୀ ଷ୍ଟେସନ ନିକଟବର୍ତ୍ତୀ କୃଷ୍ଣଚନ୍ଦ୍ରପୁର ରେଳ ଷ୍ଟେସନରେ ଅଟକିବାକୁ ପଡ଼ିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ରେଳ ବିଭାଗର ଅଧିକାରୀମାନେ ଏବେ ଗଛ କାଟି ଟ୍ରାକ୍ ସଫା କରିବାକୁ ଚେଷ୍ଟା କରୁଛନ୍ତି। ଟ୍ରାକ୍ ସଫା କରିବା ସହ ଗଛ କାଟି ବିଦ୍ୟୁତ୍ ସଂଯୋଗ କରିବାକୁ ଆହୁରି କିଛି ସମୟ ଲାଗିବ।

Comments are closed.