Latest Odisha News

BREAKING NEWS

ଦୁର୍ଘଟଣାଗ୍ରସ୍ତଙ୍କୁ ଆପାତକାଳୀନ ସହାୟତା ଓ ସେବା ପ୍ରଦାନ ସମ୍ପର୍କିତ ପ୍ରଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା

ବାଲେଶ୍ୱର: ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଆପାତ୍ତକାଳୀନ ସହାୟତା ଓ ସେବା ପ୍ରଦାନ ସମ୍ପର୍କିତ ପ୍ରଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ପ୍ରୋଜେକ୍ଟ ରକ୍ଷକ ଆରମ୍ଭ ହୋଇଛି । ବାଲେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆନୁକୂଲ୍ୟରେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ସମ୍ମିଳନୀ କକ୍ଷରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି ।

ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରୋଜେକ୍ଟ ରକ୍ଷକ ଭଳି ପ୍ରଶିକ୍ଷଣର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ । ରାଜ୍ୟ ପରିବହନ ପ୍ରାଧିକରଣ ସମ୍ପାଦକ ବ୍ରଜବନ୍ଧୁ ଭୋଲ ପ୍ରୋଜେକ୍ଟ ରକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜିତ ଦଳବେହେରା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।

କର୍ମଶାଳାରେ ଉପଆରକ୍ଷୀ ଅଧିକ୍ଷକ ଆଲୋକ କୁମାର ରାୟ, ମାଷ୍ଟର ଟ୍ରେନର ଆଦିତ୍ୟ ଚୌଧୁରୀ ଓ ଡ଼କ୍ଟର ବିକ୍ରମ କେଶରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ନୂଆଦିଲ୍ଲୀର ଅଟୋମେଟିଭ ସ୍କିଲ ଡ଼େଭେଲେପମେଣ୍ଟ କାଉନସିଲ, ରେଡ଼କ୍ରସ ସୋସାଇଟି, ଗ୍ରୀନ ଅର୍ବାନ ମୋବିଲିଟି ପାର୍ଟନରସିପ ଓ ଜର୍ମାନ କର୍ପୋରେସନ ପ୍ରମୁଖ ସଂଗଠନ ମିଳିତ ସହଯୋଗରେ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.