Latest Odisha News

BREAKING NEWS

କେବେ ଦେଖିଛନ୍ତି ବିରଳ ଧଳା ହରିଣ ?

ଭୁବନେଶ୍ୱର: ଗୁଗଲରେ ସର୍ଚ୍ଚ କରିବା ମାତ୍ରେ ହରିଣଙ୍କର ଭଳିକିଭଳି ଫଟୋ ଓ ଭିଡିଓ ସାମ୍ନାକୁ ଆସିଥାଏ । ହେଲେ ବୋଧ ହୁଏ ଆପଣ କେବେ ଧଳା ହରିଣ ଦେଖିନଥିବେ । ତେବେ ନିକଟରେ ଦୁଇଟି ଧଳା ହରିଣଙ୍କ ଫଟୋ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।

ପ୍ରକୃତରେ ଧଳା ହରିଣ ଦେଖାଯିବା ନିଶ୍ଚିତ ଭାବେ ଏକ ବିରଳ ଘଟଣା । ଏହି ଦୁଇଟି ଫଟୋକୁ@LakotaMan1 ନାମକ ଜଣେ ଟୁଇଟର ୟୁଜର ସେୟାର କରିଛନ୍ତି । ଫଟୋଟିକୁ ସେୟାର କରିବା ସହ ତାଙ୍କ କ୍ୟାପ୍ସନ କିଛି ଏପରି ରହିଛି, “ବିରଳ ଧଳା ହରିଣ । ଏମାନଙ୍କ ପ୍ରତି ଶିକାରୀଙ୍କ ଭ୍ୟ ରହିଛି । ଏହି କାରଣରୁ ମୁଁ ଏହି ଫଟୋଟି କେଉଁଠି ଉତ୍ତୋଳନ କରିଛି ତାହା ମୁଁ ଉଲ୍ଲେଖ କରିନାହିିଁ”

ସାଧାରଣତଃ ଏହି ଧଳା ରଙ୍ଗର ହରିଣ ଆମେରିକା, ପେରୁ ଓ ବୋଲିଭିଆରେ ଦେଖିବାକୁ ମିଳିଥାଏ । ଏମାନଙ୍କ ଶିକାର ନେଇ ସ୍ଥାନୀୟ ସରକାର କଟକଣା ଜାରି କରିଛନ୍ତି । ହେଲେ ଲୁଚାଛପା ଶିକାର ଏପରି ବିରଳ ହରିଣଙ୍କ ବଂଶ ପ୍ରତି ବିପଦ ସୃଷ୍ଟି କରିଛି ।

Leave A Reply

Your email address will not be published.