Latest Odisha News

BREAKING NEWS

ଲିଙ୍ଗ ପରିବର୍ତ୍ତନ ପରେ ବିବାହ ପାଇଁ ମନା କଲେ: ଜନ୍ମଦିନରେ ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ 

ଚେନ୍ନାଇ: ବାହା ହେବାକୁ ମନା କରିବାରୁ ସାଙ୍ଗକୁ ଜିଅନ୍ତା ଜାଳିଦେଲା ସାଙ୍ଗ। ଲିଙ୍ଗ ପରିବର୍ତ୍ତନ ପରେ ଝିଅରୁ ପୁଅ ହୋଇଥିବା ଜଣେ ଟ୍ରାନ୍ସମ୍ୟାନ ଏପରି ବୀଭତ୍ସ ହତ୍ୟା କରିଛନ୍ତି। ଜନ୍ମଦିନରେ ସର୍ପ୍ରାଇଜ ଦେବାକୁ କହି ପ୍ରଥମେ ଶିକୁଳିରେ ବାନ୍ଧି ଦେଇଥିଲେ ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ। ଉଭୟ ପିଲାଦିନର ବନ୍ଧୁ ତଥା ସହପାଠୀ ଥିବା ପୋଲିସ ସୂଚନା ଦେଇଛି। ମୃତ ଯୁବତୀ ଆର୍ ନନ୍ଦିନୀ। ଅଭିଯୁକ୍ତ ଭେଟ୍ରିମାରନଙ୍କୁ ଗିରଫ କରିଛି ଚେନ୍ନାଇ ପୋଲିସ।

ସୂଚନା ଅନୁସାରେ, କେଲାମ୍ବାକ୍କାମ ନିକଟ ଥାଲମ୍ବୁରରେ ଏହି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ପୂର୍ବରୁ ଝିଅ ଥିଲେ। ତାଙ୍କର ପୂର୍ବ ନାମ ଥିଲା ପାଣ୍ଡି ମହେଶ୍ୱରୀ। ସେ ତାଙ୍କ ସହପାଠୀ ତଥା ବାନ୍ଧବୀ ଆର୍ ନନ୍ଦିନୀଙ୍କୁ ବିବାହ କରିବା ପାଇଁ ସର୍ଜରୀ କରି ଲିଙ୍ଗ ପରିବର୍ତ୍ତନ କରିଥିଲେ। ପରେ ସେ ନିଜ ନାଁ ପରିବର୍ତ୍ତନ କରି ଭେଟ୍ରିମାରନ ରଖିଥିଲେ। ମାତ୍ର ନନ୍ଦିନୀ ତାଙ୍କୁ ବାହା ହେବାକୁ ମନା କରି ଦେଇଥିଲେ। ପ୍ରତିଶୋଧ ନେବା ପାଇଁ ସେ ଏକ ଯୋଜନା କରିଥିଲେ। ନନ୍ଦିନୀଙ୍କ ଜନ୍ମଦିନରେ ସର୍ପ୍ରାଇଜ୍ ହେବାର ବାହାନା କରି ତାଙ୍କୁ ପ୍ରଥମେ ଏକ ଶିକୁଳିରେ ବାନ୍ଧି ଦେଇଥିଲେ। ପରେ ଅତି ବୀଭତ୍ସ ଭାବେ ନିଆଁ ଲଗାଇ ଦେଇଥିଲେ।

ପୋଲିସ ପ୍ରକାଶ କରିଛି ଯେ, ଅଭିଯୁକ୍ତ ଜଣକ ତାଙ୍କ ଲିଙ୍ଗ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସେ ଜଣେ ଝିଅ ଥିଲେ। ଅଭିଯୁକ୍ତ ଟ୍ରାନ୍ସମ୍ୟାନ ଆର ନନ୍ଦିନୀଙ୍କୁ ବିବାହ କରିବା ପାଇଁ ନିଜର ଲିଙ୍ଗ ପରିବର୍ତ୍ତନ କରିଛନ୍ତି। କିନ୍ତୁ ପରେ ଆର ନନ୍ଦିନୀ ବିବାହ କରିବାକୁ ମନା କରିଦେଇଥିଲେ। ଏହା ପରେ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଟ୍ରାନ୍ସମ୍ୟାନ ଷଡଯନ୍ତ୍ର କରି ତାଙ୍କୁ ଜୀବନ୍ତ ଦଗ୍ଧ କରି ଦେଇଛନ୍ତି।

ପୋଲିସ ଅଭିଯୁକ୍ତ ଟ୍ରାନ୍ସମ୍ୟାନଙ୍କୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇଛି। ୨୫ବର୍ଷୀୟ ଆର ନନ୍ଦିନୀ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଥିଲେ ଏବଂ ମଦୁରାଇର ଏକ ସଫ୍ଟୱେୟାର କମ୍ପାନୀରେ କାର୍ଯ୍ୟ କରୁଥିଲେ। ୨୬ ବର୍ଷୀୟ ପାଣ୍ଡି ମହେଶ୍ୱରୀ ଲିଙ୍ଗ ପରିବର୍ତ୍ତନ ପୂର୍ବରୁ ମଦୁରାଇର ଏକ ବିଦ୍ୟାଳୟରେ ନନ୍ଦିନୀଙ୍କ ସହ ପଢୁଥିଲେ । ମହେଶ୍ୱରୀରୁ ଭେଟ୍ରିମାରନରେ ନାମ ପରିବର୍ତ୍ତନ କରିବା ପରେ ମଧ୍ୟ ନନ୍ଦିନୀ ମାନବିକତା ଦୃଷ୍ଟିରୁ ସେମାନଙ୍କ ବନ୍ଧୁତା ଜାରି ରଖିଥିଲେ। ପୋଲିସ କହିଛି ଯେ ଦୁହେଁ ଏଠାରେ ଗୋଟିଏ କମ୍ପାନୀରେ ମଧ୍ୟ କାମ କରୁଥିଲେ।

Comments are closed.