ଭାରତୀୟ ଟ୍ରାନ୍ସଜେଣ୍ଡର ଦମ୍ପତ୍ତି ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ ଅଛନ୍ତି । କାରଣ ହେଲା ସେମାନଙ୍କ ଭିତରୁ ଜଣେ ମାଆ ହେବାକୁ ଯାଉଛନ୍ତି । ନିଜ ଗର୍ଭରେ ସେମାନେ ପାଳିବେ ନିଜ ସନ୍ତାନକୁ । ଖବର ଅନୁସାରେ, ମାର୍ଚ୍ଚ ମାସରେ ସେମାନଙ୍କର ସନ୍ତାନ ପ୍ରସବ ହେବ । ଭାରତରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ମଧ୍ୟରେ ଜଣେ ଗର୍ଭବତୀ ହେବା ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି ।
କେରଳର କୋଝିିକୋଡ ନିବାସୀ ସାହାଦ ଏବଂ ଜିଆ ହେଉଛନ୍ତି ଟ୍ରାନ୍ସଜେଣ୍ଡର ଦମ୍ପତ୍ତି । ସାହଦଙ୍କୁ ୨୩ ବର୍ଷ ବୟସ ହୋଇଥିବା ବେଳେ ଜିଆଙ୍କୁ ୨୧ ବର୍ଷ । ସାହଦ ଜଣେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା ବେଳେ ଜିଆ ଜଣେ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷକ । ଜିଆ କୁହନ୍ତି, ଯେତେବେଳେ ଆମେ ତିନି ବର୍ଷ ପୂର୍ବେ ଏକାଠି ରହିବା ଆରମ୍ଭ କରିଥିଲୁ, ସେତେବେଳେ ଆମେ ଭାବିଥିଲୁ ଆମ ଜୀବନ ଅନ୍ୟ ଟ୍ରାନ୍ସଜେଣ୍ଡରଙ୍କଠାରୁ ଭିନ୍ନ ହେବା ଉଚିତ୍ । ସାଧାରଣତଃ ଅଧିକାଂଶ ଟ୍ରାନ୍ସଜେଣ୍ଡର ଦମ୍ପତ୍ତି ସମାଜ ତଥା ସେମାନଙ୍କ ପରିବାର ଦ୍ୱାରା ଉପେକ୍ଷିତ ହୋଇଥାନ୍ତି । ପରିବାର ଓ ସମାଜ ନିତୀ ନିୟମକୁ ଡ଼ରି କିଛି ବି ପଦକ୍ଷେପ ନେବାକୁ ପଛାଇଥାନ୍ତି । କିନ୍ତୁ ବହୁ ଆଲୋଚନା ପରେ ଆମେ ସନ୍ତାନ ପ୍ରାପ୍ତି ପାଇଁ ନିଷ୍ପତ୍ତି ନେଲୁ ।
ସନ୍ତାନ ପ୍ରାପ୍ତି ପାଇଁ ନିଷ୍ପତ୍ତି ନେବା ପରେ ଉଭୟେ ପରିବର୍ତ୍ତନ ପ୍ରକ୍ରିୟାର ଏକ ଅଂଶ ଭାବରେ ହରମୋନ୍ ଥେରାପି ଆରମ୍ଭ କରିଥିଲେ । କିନ୍ତୁ ମାଆ ହେବାକୁ ଯାଉଥିବା ଓ ନିଜ ଗର୍ଭାଶୟରେ ସନ୍ତାନ ଧାରଣ କରିବାକୁ ଯାଉଥିବା ସାହାଦଙ୍କୁ ନିଜ ସ୍ତନକୁ ପରିବର୍ତ୍ତନ କରିବାକୁ ପଡ଼ିଲା । ଏହା ଥେରାପି ପ୍ରକ୍ରିୟାର ଏକ ଅଂଶ ହୋଇଥିବାରୁ ଏହାକୁ ହଟାଇବାକୁ ପଡ଼ିଲା । ଆସନ୍ତା ମାର୍ଚ୍ଚରେ ସାହାଦ ସନ୍ତାନ ପ୍ରସବ କରିବାକୁ ଯାଉଥିବା ବେଳେ ଏବେ ଶିଶୁଟି ସନ୍ତ୍ୟପାନ କରିବ କେମିତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ କୋଝିକୋଡସ୍ଥିତ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ସେ ଏବେ ଚିକିତ୍ସା ଜାରି ରଖିଛନ୍ତି । ଏଠାରେ ହିଁ ସେମାନଙ୍କ ମାନସ ସନ୍ତାନ ଜନ୍ମ ହେବ । ସାହାଦ ଉଭୟ ସ୍ତନକୁ ହଟାଇ ଦେଇଥିବାରୁୁ ମେଡିକାଲ କଲେଜରେ ସ୍ତନ୍ୟପାନ ବ୍ୟାଙ୍କରୁ ଶିଶୁକୁ ଖାଇବାକୁ ଦିଆଯିବ ବୋଲି ଚିକିତ୍ସା କରିଥିବା ଡ଼ାକ୍ତର କହିଛନ୍ତି ।
ରୋଚକ କଥା ହେଲା ସନ୍ତାନ ପ୍ରସବ ପରେ ପୁଣି ପୁରୁଷ ହେବେ ସାହାଦ । ଏଥିପାଇଁ ସେମାନେ ମାନସିକ ଭାବେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଜିଆ କହିଛନ୍ତି, “ଟ୍ରାନ୍ସ ପୁରୁଷ ଏବଂ ଟ୍ରାନ୍ସ ମହିଳା ହେବା ପାଇଁ ଆମର ଯାତ୍ରା ଜାରି ରହିବ । ମୁଁ ମୋର ହରମୋନ୍ ଚିକିତ୍ସା ଜାରି ରଖିଛି । ପ୍ରସବ କରିବାର ଛଅ ମାସ କିମ୍ବା ଏକ ବର୍ଷ ପରେ ସାହାଦ ମଧ୍ୟ ଟ୍ରାନ୍ସ ମ୍ୟାନ୍ ହେବା ପାଇଁ ଚିକିତ୍ସା ଆରମ୍ଭ କରିବେ ।
BREAKING NEWS
- cow smuggling network:ଗୋମାଫିଆ ଘରେ ରେଡ୍; ୪ ପିସ୍ତଲ ସହ ୪ ଗିରଫ
- ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ଟ୍ରାଫିକ କଟକଣା; ଜାଣନ୍ତୁ କେଉଁ ପଟେ ଯିବେ…
- କାଲି ବନ୍ଦ ରହିବ ଯାଜପୁରର ସମସ୍ତ ସ୍କୁଲ, ଜାଣନ୍ତୁ କାହିଁକି…
- Epstein Files: ଏପଷ୍ଟିନ୍ ଫାଇଲ୍ସର ବିସ୍ଫୋରଣ, ଫସିବେ କି ଦୁନିଆର ହାଇପ୍ରୋଫାଇଲ ନେତା?
- ବଲୁଚିସ୍ତାନରେ ରକ୍ତର ହୋଲି; ଥରୁଛି ପାକିସ୍ତାନ, ଧ୍ୱସ୍ତ ହେଲା ସେନା!
- Mission Shakti ନୂଆ ରୂପ ପାଇବ ମିଶନ ଶକ୍ତି; ବଦଳିବ ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍
- Lok Sabha adjourned: ଆରମ୍ଭରୁ ହଙ୍ଗାମା…ରାହୁଲ ଗାନ୍ଧୀ ଏବଂ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରେ ଲୋକସଭା ପୁଣି ମୁଲତବୀ
- Weather Update: ରାଜ୍ୟରେ ୬ ତାରିଖ ଯାଏଁ କଲବଲ କରିବ ଘନ କୁହୁଡ଼ି, ଏସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ
- ୬ କୋଟିର ଠକେଇ ମାମଲାରେ ସାଇବର ଠକ ଗିରଫ
- Ruckus in Lok Sabha: ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଚର୍ଚ୍ଚା ଭିତରେ ସଂସଦରେ ହଙ୍ଗାମା, ଏମିତି କି ବହି ଦେଖାଇଲେ ରାହୁଲ…ରାଗିଗଲେ ଗୃହମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ
Comments are closed.