Latest Odisha News

BREAKING NEWS

୩ ମାସର ରୋଡ୍ ଟ୍ୟାକ୍ସ ଛାଡ କରିବେ ସରକାର, ଗୁରୁବାରଠୁ ଗଡିବ ଘରୋଇ ବସ୍ !

ଭୁବନେଶ୍ୱର: ଘରୋଇ ବସ ଚଳାଚଳ ନେଇ ରାଜ୍ୟ ସରକାର ଓ ଘରୋଇ ବସ ମାଲିକ ସଂଘ ମଧ୍ୟରେ ହୋଇଥିବା ବୈଠକ ସଫଳ ହୋଇଛି । ବସ୍ ମାଲିକ ସଂଘର ଦାବିକୁ ସରକାର ଗ୍ରହଣ କରିଛନ୍ତି ଏବଂ ଖୁବଶୀଘ୍ର ବସ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ରୋଡ୍ ଟ୍ୟାକ୍ସ ଛାଡ ନେଇ ଅର୍ଥ ବିଭାଗକୁ ଚିଠି ଲେଖା ଯାଇଛି । ଫାଇନାନ୍ସ କ୍ଲିୟରାନ୍ସ ପରେ ଟ୍ୟାକ୍ସ ଛାଡ ହେବ ବୋଲି ସୂଚନା ମିଳିଛି ।

ତେବେ ଆସନ୍ତାକାଲି ଓଡିଶା ଘରୋଇ ବସ୍ ମାଲିକ ସଂଘ ସାଧାରଣ ପରିଷଦ ବୈଠକ ଅଛି । ଏଥିରେ ବସ୍ ଚଳାଚଳ ନେଇ ଚୂଡାନ୍ତ ନିଷ୍ପତି ନିଆଯିବା ସମ୍ଭାବନା ରହିଛି । ଯଦି ବୈଠକ ସଫଳ ହୁଏ ତେବେ ଗୁରୁବାରଠାରୁ ଘରୋଇ ବସ୍ ଚଳାଚଳ କରିବ । ତେବେ ରୋଡ୍ ଟ୍ୟାକ୍ସ ଛାଡ ସହ ୬ ମାସର ବ୍ୟାଙ୍କ ଲୋନ୍ ଛାଡ ଏବଂ ବସ୍ କର୍ମଚାରୀଙ୍କ ପାଇଁ ଇନସୁରାନ୍ସ କରିବାକୁ ଦାବି କରିଛି ଘରୋଇ ବସ ମାଲିକ ସଂଘ ।

ସେପଟେ ବୈଠକ ପରେ ପରିବହନ ମନ୍ତ୍ରୀ କହିଛନ୍ତି ଯେ, ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା ସଫଳ ହୋଇଛି । ଏପ୍ରିଲ, ମେ ଓ ଜୁନ୍ ମାସର ରୋଡ୍ ଟ୍ୟାକ୍ସ ଛାଡ ହେବ । ବ୍ୟାଙ୍କ ଲୋନ୍ ଛାଡ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଯିବ ଏବଂ ସେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବେ । ଆଶା କରିବୁ ଖୁବଶୀଘ୍ର ବସ୍ ଚାଲିବ ।

Leave A Reply

Your email address will not be published.