Rourkela Plane Crash: ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ, କହିଲେ ଭଗବାନ ଆମକୁ ରକ୍ଷା କରିଦେଲେ…
ରାଉରକେଲା: ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ଘଟଣା ସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କଲେ ମନ୍ତ୍ରୀ । ଦୁର୍ଘଟଣାକୁ ଅଭାବନୀୟ କହିବା ସହ ଘଟଣାର ଯେମିତି ପୁନରାବୃତ୍ତି ନହେବ ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ମନ୍ତ୍ରୀ । କାହିଁକି ଏପରି ଦୁର୍ଘଟଣା ଘଟିଲା ସେ ନେଇ ଚିନ୍ତିତ। ତେବେ ତଦନ୍ତ ପରେ ଦୁର୍ଘଟଣା ପଛର କାରଣ ଜଣାପଡ଼ିବ ବୋଲି ବିଭୂତି ଜେନା କହିଛନ୍ତି ।
ଦୁର୍ଘଟଣାରେ ଆହତଙ୍କ ସର୍ବୋତ୍ତମ ଚିକିତ୍ସା ପାଇଁ ସରକାର ପ୍ରସ୍ତୁତ । ଭଗବାନ ଆମକୁ ରକ୍ଷା କରିଦେଲେ, ସମସ୍ତଙ୍କୁ ତତ୍କାଳ ଉଦ୍ଧାର କରାଯାଇଥିଲା । ‘ସମସ୍ତେ ଏକପ୍ରକାର ସୁରକ୍ଷିତ ଉଦ୍ଧାର ହେବା ଭଗବାନଙ୍କ ଆଶୀର୍ବାଦ ବୋଲି ସେ କହିଛନ୍ତି ।
ଏହା ସହ ରାଉରକେଲାରେ ଜେ.ପି. ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାଉରକେଲା ବିମାନ ଦୁର୍ଘଟଣା ପିଡିତଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।