Latest Odisha News

BREAKING NEWS

ମୋଟର ଚାଳକ ସଂଘର ଦାବିକୁ ଯୁକ୍ତିଯୁକ୍ତ ଦର୍ଶାଇଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ସାରା ରାଜ୍ୟରେ ଓଡିଶା ମୋଟର ଚାଳକ ସଂଘ ଧର୍ମଘଟ ଆରମ୍ଭ କରିଛନ୍ତି । ଏଥିରେ ଗାଡି ଡ୍ରାଇଭର, କଣ୍ଡକ୍ଟର, ହେଲପର ସମେତ ସମସ୍ତ କର୍ମଚାରୀ ସାମିଲ ହୋଇଛନ୍ତି। ତିନି ମାସର କ୍ଷତି ପୂରଣ ସମେତ ୫୦ ଲକ୍ଷ ଟଙ୍କାର ବୀମା କଲ୍ୟାଣ ପାଣ୍ଠି ଏବଂ ଶ୍ରମ ବିଭାଗ ଦ୍ବାରା ପରିବହନ କର୍ମଚାରୀ ମାନ୍ୟତା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ । ଏହା ସହ କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ ୧ କୋଟି ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କଲେ କର୍ମଚାରୀ ମାନେ କାର୍ଯ୍ୟ ଆରମ୍ଭ କରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଏଥିରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି ମୋଟର ଚାଳକ ସଂଘର ଦାବି ଯୁକ୍ତିଯୁକ୍ତ । ସେମାନଙ୍କ ପାଇଁ ବୀମାର ଆବଶ୍ୟକତା ଅଛି ।

ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ, “ସଂଘ ଲିଖିତ ଆକାରରେ ଆମକୁ ଜଣାଇଥିଲେ ଆମେ ସେମାନଙ୍କୁ ଅସହାମତି ଦେଇନୁ ,ସେମାନଙ୍କ ଦାବି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଚାରାଧୀନ ଅଛି। ଆର୍ଥିକ ସ୍ଥିତିକୁ ଦେଖାଯାଇ ନିଷ୍ପତି ନିଆଯିବ। ବର୍ତ୍ତମାନ ସମସ୍ତଙ୍କର ଦରମା କାଟ ଚାଲିଛି ରାଜ୍ୟର ରାଜସ୍ୱ ଆଦାୟ କମିଯାଇଛି ଆମେ ବି ଦରମା ପାଉନୁ। ୭୦% ଦରମା ଆମର ବି କଟିଛି। ସମସ୍ତେ କରୋନା ତାଲା ବନ୍ଦରେ ପ୍ରଭାବିତ ହୋଇଛନ୍ତି “।

ପରିବହନ ବିଭାଗ ତରଫରୁ ବସ ମାଲିକ ମାନଙ୍କୁ ବୁଝାଇ ସ୍ଥିତିକୁ ସମ୍ଭାଳିବା ପାଇଁ କୁହାଯାଇଥିବା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

Comments are closed.