Latest Odisha News

BREAKING NEWS

ଭୁବନେଶ୍ୱରରୁ ଆଜି ଗଡିବ ପ୍ରଥମ ସ୍ୱତନ୍ତ୍ର ଟ୍ରେନ୍‌, ଜାଣନ୍ତୁ ସମୟ…

ଭୁବନେଶ୍ୱର: ଭୁବନେଶ୍ୱର-ହାୱଡା ଜନ ଶତାବ୍ଦୀ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ ସୋମବାର ଦିନ ପ୍ରାୟ ୬ ଟା ବେଳେ ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରିବ।

ରେଳବାଇ ପକ୍ଷରୁ ସୋମବାର ଦିନ ଠାରୁ ୨୦୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।

ଭୁବନେଶ୍ୱର-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ -ରାତି ୧୧ଟା ୦୨ମି.ରେ ଛାଡିବ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

ସିଲଡା-ଭୁବନେଶ୍ୱର ତ୍ରି-ସାପ୍ତାହିକ ଦୁରୋନ୍ତା ସ୍ପେଶାଲ ଟ୍ରେନ୍ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ୮ଟା ୨୨ମି ରେ ଛାଡିବ।

ସେହିଭଳି ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ ଜୁନ ୩ ତାରିଖ ଅପରାହ୍ନ ୩ଟା ୨୫ମି. ରେ ଛାଡିବ।

ଉଲ୍ଲେଖଯୋଗ୍ୟ, ଆଡଭାନ୍ସ ରିଜର୍ଭେସନ୍ ପିରିୟଡ୍ (ଏଆରପି) ମାଧ୍ୟମରେ ଜୁନ୍ ୧ ରୁ ୩୦ ମଧ୍ୟରେ ଟ୍ରେନ୍ ଯାତ୍ରା ପାଇଁ ୨୬ ଲକ୍ଷ ଯାତ୍ରୀ ଟିକେଟ ବୁକ୍ କରିଛନ୍ତି।

ଏହି ଟ୍ରେନ୍ ଗୁଡିକ ମେ ୧୨ ରୁ ଶ୍ରମିକ୍ ସ୍ପେଶାଲ୍ ଏବଂ ୩୦ ଏସି ସ୍ପେସିଆଲ୍ ଟ୍ରେନ୍ ସହିତ ଚଳାଚଳ କରୁଛି ।

Leave A Reply

Your email address will not be published.