Latest Odisha News

BREAKING NEWS

ଟ୍ରାଭେଲ ଟୁରିଜିମ୍ ରେ କ୍ୟାରିୟର ଗଢନ୍ତୁ

ଭୁବନେଶ୍ବର: କଥାରେ ଅଛି ନୂତନ ସ୍ଥାନ ପରିଭ୍ରମଣ କରିବା ଦ୍ୱରା ମାନବର ଜ୍ଞାନର ପରିସୀମା ପରିବ୍ୟାପ୍ତ ହୋଇଥାଏ । ଦୁନିଆରେ ଏମିତି ଖୁବ୍ କମ୍ ମଣିଷ ଥିବେ ଯିଏକି ନୂତନ ସ୍ଥାନ ବୁଲିବା ବା ପରିଭ୍ରମଣ କରିବାକୁ ପସନ୍ଦ କରୁନଥିବେ । ଭ୍ରମଣ ପାଇଁ ଅନେକ ଅର୍ଥର ଆବଶ୍ୟକତା ରହିଥାଏ । ତେବେ କଣ ଆପଣ ଜାଣିଛନ୍ତି କି ନୂଆ ନୂଆ ସ୍ଥାନ ବୁଲିବା ସହ ଆପଣ ତା ଦ୍ୱାରା ଟଙ୍କା ମଧ୍ୟ ରୋଜଗାର କରିପାରିବେ ? କଣ କେବେ ଭାବିଛନ୍ତି ପରିଭ୍ରମଣ ରେ ମଧ୍ୟ କ୍ୟାରିୟର ବନାଇହେବ । ଆଜ୍ଞା ହଁ ଯୁଗ ସହ ତାଳ ଦେଇ ଏବେ ଏପରି ଏକ ନୂତନ ଦିଶା ସୃଷ୍ଟି ହୋଇଛି । ଟ୍ରାଭେଲ୍ ଟୁରିଜିମ୍‌ରୁ ଏହିପରି ଉପକାର ପାଇପାରିବେ । ପର୍ଯ୍ୟଟନ କ୍ଷେତ୍ରରେ ଏବେ ଏକ ଉଜ୍ୱଳ କ୍ୟାରିୟରର ସମ୍ଭାବନା ରହିଛି ।

ଭାରତ ସରକାରଙ୍କ ‘ଇନ୍ କ୍ରେଡେବିଲ୍ ଇଣ୍ଡିଆ’ କ୍ୟାମ୍ପେନ୍ ସମଗ୍ର ଦେଶୀ ସହ ବିଦେଶୀ ପର୍ଯ୍ୟଟକଙ୍କ ଭାରତ ପ୍ରତି ଧ୍ୟାନ ଆକର୍ଷଣ କରିବାରେ ସକ୍ଷମ ହୋଇପାରିଛି । ଯଦି ଆପଣ ଏହି କ୍ଷେତ୍ରରେ ଏକ ସୁନ୍ଦର ଓ ପ୍ରତିଷ୍ଠିତ ଭବିଷ୍ୟତ ଗଢିବା ପାଇଁ ଆଗ୍ରହୀ ତାହେଲେ କେତେକ ଜିନିଷ ଉପରେ ଧ୍ୟାନ ରଖିବା ଦରକାର । ଯଥା – ଆପଣଙ୍କ କ୍ଲାଇଣ୍ଟ ସହ କଥା ବାର୍ତ୍ତା ସମୟରେ ତାର ଆବଶ୍ୟକତା ପୁରଣ ସହ ତାକୁ ରାଜି କରେଇପାରିବାର କ୍ଷମତା ରଖିଥିବା ଦରକାର । ଏଥି ସହ ଆପଣଙ୍କର କମ୍ୟୁନିକେଶନରେ ଦକ୍ଷତା ରହିବା ଦରକାର । ମେଳାପି ହୋଇଥିବା ଦରକାର, ଇତିହାସ, ସ୍ଥାପତ୍ୟ, କଳା, ସଂସ୍କୃତି ବିଷୟରେ ସାଧାରଣ ଜ୍ଞାନ ଥିବା ଦରକାର । ଇଂରାଜୀ, ହିନ୍ଦି ସହ ସ୍ଥାନୀୟ ବା ଆଂଚଳିକ ଭାଷାରେ ଦକ୍ଷତା ରହିଥିବା ଦରକାର । ଏବଂ ସବୁଠାରୁ ବଡ କଥା ହେଲା ନିଜର ଆତ୍ମବିଶ୍ୱାସ ଦୃଢ ରହିଥିବା ଦରକାର ।

ଉପଲବ୍ଧ ପାଠ୍ୟକ୍ରମ
ଯଦି ଆପଣ ଏହି ଫିଲ୍ଡିରେ ଜଣେ ପ୍ରଫେସନାଲ୍ ହେବାକୁ ଇଚ୍ଛା ରଖିଛନ୍ତି ତେବେ ଆପଣଙ୍କୁ ଯୁକ୍ତ୨ ପରେ ତିନି ବର୍ଷିଆ ବିଏ, ବିବିଏ, ବିଏଚିଟିଏମ୍ ‘ବ୍ୟାଚେଲର ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜ୍‌ମେଣ୍ଟ । ବିଏସ୍‌ସି ପରି ପାଠ୍ୟକ୍ରମ ପଢିବାକୁ ହେବ । ସ୍ନାତକ ପରେ ମଧ୍ୟ ଏହି ସ୍ୱତନ୍ତ୍ର ପାଠ୍ୟକ୍ରମରେ ଏମ୍‌ଏ, ଏମ୍‌ବିଏ, କରିପାରିବେ । ଏହି କ୍ଷେତ୍ରରେ ସାର୍ଟିଫିକେଟ୍ କୋର୍ସ ଏବଂ ବର୍ଷିକିଆ ପିଜି ଡିପ୍ଲୋମା ମଧ୍ୟ କରିବାର ସୁଯୋଗ ରହିଛି ।

କେଉଁଠି ପଢିବେ

ରାଜ୍ୟ ତଥା ରାଜ୍ୟ ବାହାରେ ପଢିବା ପାଇଁ ଅନେକ ଶିକ୍ଷାନୁଷ୍ଠାନ ରହିଛି ।
.ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ ଅଫ୍ ଟୁରିଜିମ୍ ଆଣ୍ଡ ଓ ଟ୍ରାଭେଲ ମ୍ୟାନେଜ୍‌ମେଣ୍ଟ ନୂଆଦିଲ୍ଲୀ, ଗ୍ୱାଲିଲିୟର୍‌, ଓ ଭୁବନେଶ୍ୱର
.ନ୍ୟାସନାଲ୍ ଇନିଷ୍ଟିଚ୍ୟୁଟ ଅଫ୍ ଟୁରିଜିମ୍ ଆଣ୍ଡ ହସ୍ପିଟାଲିଟି ମ୍ୟାନେଜ୍‌ମେଣ୍ଟ ହାଇଦ୍ରାବାଦ୍
.ହିମାଚଳ ପ୍ରଦେଶ ୟୁନିଭର୍ସିଟି, ସିମଲା
.ଗାର୍ଡନ ସିଟି କଲେଜ୍‌, ବେଙ୍ଗାଲୁରୁ
.ଇନ୍‌ଷ୍ଟିଚ୍ୟୁଟ ଅଫ୍ ଲଜିଷ୍ଟିକସ୍ ଆଣ୍ଡ ଏଭିଏସନ୍ ମ୍ୟାନେଜମେଣ୍ଟ, ମୁମ୍ବାଇ
.ଏକାଡେମୀ ଅଫ୍ ବିଜନେସ୍ ମ୍ୟାନେଜ୍ ମେଣ୍ଟ, ଟୁରିଜିମ୍ ଆଣ୍ଡ ରିସର୍ଚ୍ଚ, ବେଙ୍ଗାଲୁରୁ ।

ନିଯୁକ୍ତି ସୁଯୋଗ

ପର୍ଯ୍ୟଟନ କ୍ଷେତ୍ରରେ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବା ପରେ ଆପଣ ଟ୍ରାଭେଲ୍ ଏଜେନ୍ସି କିମ୍ବା କୌଣସି ଟ୍ରାଭେଲ ମ୍ୟାନେଜ୍‌ମେଣ୍ଟରେ ଇଣ୍ଟନ୍ସସିପ୍ କିମ୍ବା ସିଧାସଳଖ ଯୋଗଦେଇ ଚାକିରି କରିପାରିବେ । ଅଥବା ଅଭିଜ୍ଞତା ନେଇ ନିଜର ଏକ ସ୍ୱତନ୍ତ୍ର କମ୍ପାନୀ ପ୍ରତିଷ୍ଠା କରିପାରିବେ । ଏଥି ସହ ରାଜ୍ୟସରକାର ବା କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ, ଏୟାରଲାଇନ୍ସ କମ୍ପାନୀ, ହୋଟେଲ୍ ରେ ମଧ୍ୟ କାର୍ଯ୍ୟକରି ପାରିବେ । ଏହି କ୍ଷେତ୍ରରେ ଯୋଗଦେଇ ମାସିକ ୧୫.୦୦୦ ରୁ ୧ ଲକ୍ଷ କିମ୍ବା ତା ଠାରୁ ମଧ୍ୟ ଅଧିକ ଆୟ କରିପାରିବେ ।

Comments are closed.