Latest Odisha News

BREAKING NEWS

ବୁଲିଯିବା ଦକ୍ଷିଣ ଭାରତର ଉଚ୍ଚତମ ଜଳପ୍ରପାତ ‘ଡୁଡୁମା’

ଭୁବନେଶ୍ୱର: ପ୍ରାକୃତିକ ଶୋଭରାଜିରେ ଭରପୁର ଆମ ରାଜ୍ୟ ଓଡ଼ିଶା। ଏଠାକାର ପ୍ରତି କୋଣ ଅନୁକୋଣରେ ପ୍ରକୃତି ରାଣୀ ବିଛାଇ ଦେଇଛି ତାର ସୌନ୍ଦର୍ଯ୍ୟର ଚମକ। ବିଶେଷ କରି କର୍ପୂର ଜିଲ୍ଲାରେ। କୋରାପୁଟ ଏମିତି ଗୋଟିଏ ସ୍ଥାନ ଯେଉଁଠିକି ଥରେ ଗଲେ ଫେରିବାକୁ ଇଚ୍ଛା ହେବନି । ସୁନ୍ଦର ବନରାଜିର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ସରଳ ଆଦିବାସୀଙ୍କ ଜୀବନଯାପନ ବେଶ୍ ଆକର୍ଷଣୀୟ ରହିଥାଏ ।

ଏହା ସହ ଆଦିବାସୀ ହାଟରୁ ଆଦିବାସୀ ଖାଦ୍ୟ ସାମଗ୍ରୀ କିଣିବାର ସୁଯୋଗ ପାଇବା ସହ ଏଠାକାର ପାହାଡ଼ ଉପରେ ସୂର୍ଯ୍ୟାସ୍ତ, ସୋରିଷ ଓ ଅଳସି ଫୁଲର କ୍ଷେତ ଦେଖିବାର ସୁଯୋଗ ମିଳିଥାଏ ।

ବଣଭୋଜି ଓ ଜଳ ପ୍ରପାତରେ ଗାଧୋଇବାର ମଜା ଉଠାଇବାରସୁଯୋଗ ରହିଛି ମଧ୍ୟ ଏଠାରେ । ଆଜି ଆମେ ଆପଣଙ୍କୁ ବୁଲାଇ ନେବୁ କୋରାପୁଟ ଜିଲ୍ଲାର ଡୁଡୁମା ଜଳପ୍ରପାତ। ଏହା ଦକ୍ଷିଣ ଭାରତର ସବୁଠାରୁ ବଡ଼ ଜଳପ୍ରପାତ ବୋଲି କୁହାଯାଏ।

ଡ଼ୁଡ଼ୁମା ଜଳପ୍ରପାତ

ଆନ୍ଧ୍ର ଓଡ଼ିଶା ମଧ୍ୟରେ ଏହି ଜଳପ୍ରପାତ ଅବସ୍ଥିତ । କୋରାପୁଟର ୯୨କିମି ଦୁରରେ ରହିଛି ଏହି ଜଳ ପ୍ରପାତ । ଏହାର ଉଚ୍ଚତା ୧୫୭ ମଟିର (୫୧୫ ଫୁଟ), ଦକ୍ଷିଣ ଭାରତର ଉଚ୍ଚତମ ଜଳପ୍ରପାତ ମଧ୍ୟରୁ ଅନ୍ୟତମ । ଏଠାରେ ମାଛକୁଣ୍ଡ ଇଲେକ୍ଟ୍ରିକ୍ ପାୱାର ପ୍ରୋଜେକ୍ଟ ଦେଖିବାକୁ ପାଇବେ । ଏହା ସହ ଏହାର ତିନି ଦିଗରେ ଥିବା ସବୁଜ ବଳୟ ବେଶ ଆକର୍ଷଣୀୟ ରହିଥାଏ । ଏହି ଜଳପ୍ରପାତଠାରୁ ମାତ୍ର ୩କିମି ଦୁରରେ ରହିଥିବା ଆଙ୍କଡ଼େଲି ହେଉଛି ଅନ୍ୟତମ ଆକର୍ଷଣ ଏଠାରେ ଆଦିବାସୀ ଲୋକମାନେ ଜଙ୍ଗଲୀ ଦ୍ରବ୍ୟ ବିକ୍ରିକରୁଥିବାର ନଜରକୁ ଆସିଥାଏ ।

Leave A Reply

Your email address will not be published.