Latest Odisha News

BREAKING NEWS

ଏରିୟର ବିଲ୍‌ କରାଇଦେବାକୁ ୪୭ ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ଟ୍ରେଜେରି ଅଫିସ ପିଅନ

ଜୟପୁର: ଭିଜିଲାନ୍ସ ଜାଲରେ ଟ୍ରେଜେରି ଅଫିସର ପିଅନ । ପେନ୍‌ସନ୍‌ ବାବଦକୁ ଏରିୟର ବିଲ୍‌ କରାଇ ଦେବାକୁ ୪୭ ହଜାର ଟଙ୍କା ଲାଞ୍ଚ ନେଉିଥିବାବେଳେ, ଭିଜିଲାନ୍ସ ଜାଲରେ ଫସିଛନ୍ତି ଜୟପୁର ସରକାରୀ ଟ୍ରେଜେରି ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ହରିଶ୍ଚନ୍ଦ୍ର ମହାପାତ୍ର ।

ସୂଚନା ଅନୁଯାୟୀ, ଭରତ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଶ୍ୱଶୁରଙ୍କର ଏରିୟର ଓ ପେନ୍‌ସନ୍‌ ଟଙ୍କା କରାଇଦେବାକୁ ହରିଶ୍ଚନ୍ଦ୍ର ୮୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପ୍ରଥମେ ୪୦ ହଜାର ଟଙ୍କା ନେଇଥିଲେ । ତେବେ ଅଭିଯୋଗକାରୀଙ୍କୁ ଆଉ ୪୭ ହଜାର ଟଙ୍କା ଦେବା ପାଇଁ କହିଥିଲେ ।

ଏ ସମ୍ପର୍କରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ତ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ ଛକି ରହଥିବା ବେଳେ, ଶନିବାର ବଳକା ୪୭ ହଜାର ଟଙ୍କା ହରିଶ୍ଚନ୍ଦ୍ରଙ୍କୁ ଅଭିଯୋଗକାରୀ ଦେଇଥିଲେ । ଏହି ସମୟରେ ଭିଜିଲାନ୍ସ ଟିମ ହରିଶ୍ଚନ୍ଦ୍ର ମହାପାତ୍ରଙ୍କୁ କାବୁ କରିଥିଲେ । ତାଙ୍କ ନିକଟରୁ ୪୭ ହଜାର ଟଙ୍କା ଜବତ କରିଥିଲେ ।

ଚଢ଼ାଉରେ ଭିଜିଲାନ୍ସ ବିଭାଗର ୭ ଜଣିଆ ଟିମ୍‌ ସାମିଲ ହୋଇଥିଲେ । ଜୟପୁର ଏଲଆଇସି କଲୋନିର ସରକାରୀ ଜାଗାରେ ଥିବା ହରିଶ୍ଚନ୍ଦ୍ରଙ୍କ ୨ ମହଲା କୋଠାରେ ଯାଞ୍ଚ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.