Latest Odisha News

ଆମ୍ବ ଟାକୁଆ ଜାଉ ପ୍ରସଙ୍ଗ: ଚିକିତ୍ସିତ ୨ ଗୁରୁତରଙ୍କୁ ହେପାଟାଇଟିସ୍

ଭୁବନେଶ୍ୱର: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ଘଟଣାରେ ୬ ଜଣ ଚିକିତ୍ସାଧୀନ ଅଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ବଡ଼ ପ୍ରତିକ୍ରିୟା ମିଳିଛି। ଏସ୍‌ସିବିରେ ଚିକିତ୍ସିତ ରୋଗୀଙ୍କ ହେପାଟାଇଟିସ୍‌ ହୋଇଥିବା ସେ କହିଛନ୍ତି।

ସୂଚନା ଅନୁସାରେ, ଫଙ୍ଗାଲ ସଂକ୍ରମଣ କାରଣରୁ ହେପାଟାଇଟିସ୍‌ ହୋଇଥାଏ। ଯେଉଁମାନେ ପ୍ରଥମ ଦିନ ଆମ୍ବ ଟାକୁଆ ଜାଉ ଖାଇଥିଲେ କିଛି ଅସୁବିଧା ନ ଥିଲା। ମାତ୍ର ଏହି ଜାଉକୁ ୨ରୁ ୩ ଦିନ ରଖି ଖାଇବା ଫଳରେ ସେଥିରେ ଫଙ୍ଗସ୍  ବୃଦ୍ଧି ପାଇଥିଲା। ଏଥିସହ ଏହା ବିଷକ୍ତ ମଧ୍ୟ ହେଲା । ଫଳରେ ଶରୀର ବିଷାକ୍ତ ହୋଇଥିବା ସୂଚନା ମିଳିଛି।

Comments are closed.