Latest Odisha News

BREAKING NEWS

କେମିତି ଦୂର ହେବ କୋଷ୍ଠକାଠିନ୍ୟ ସମସ୍ୟା ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲର ଖରାପ ଜୀବନଶୈଳୀ ଯୋଗୁଁ ଲୋକଙ୍କ ପେଟ ସମ୍ବନ୍ଧୀୟ ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ଏହି ସମସ୍ୟାଗୁଡିକ ଅନ୍ୟାନ୍ୟ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ଜୀବନଶୈଳୀ ବଦଳିବା ଯୋଗୁଁ ଅଧିକାଂଶ ଲୋକ ବିଭିନ୍ନ ଶାରୀରିକ ଏବଂ ମାନସିକ ସମସ୍ୟାର ଶିକାର ହେଉଛନ୍ତି। ଆଜିକାଲି କୋଷ୍ଠକାଠିନ୍ୟ ଏକ ସାଧାରଣ ସମସ୍ୟା ହୋଇ ଉଭା ହୋଇଛି। କୋଷ୍ଠକାଠିନ୍ୟ ବା ଝାଡ଼ା ସଫା ନହେବା ଏକ ସାଧାରଣ ସମସ୍ୟା, ଯାହା ବର୍ତ୍ତମାନ ଅଧିକାଂଶ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି। ଯଦି ସପ୍ତାହ ଯାଏଁ ଆପଣଙ୍କର ଝାଡ଼ା ହେଉନି କିମ୍ବା ଝାଡ଼ାରେ ରକ୍ତ ପଡ଼ୁଛି ତେବେ ଏହା ଚିନ୍ତାର ବିଷୟ ହୋଇପାରେ।

କହିବାକୁ ଗଲେ କୋଷ୍ଠକାଠିନ୍ୟର ସବୁଠାରୁ ସାଧାରଣ କାରଣ ହେଉଛି ଅଧିକ ଖାଦ୍ୟ ଖାଇବା, ପ୍ରୋସେସଡ୍, ରିଫାଇନ ଏବଂ ବିନା ଫାଇବର ଯୁକ୍ତ ଖାଦ୍ୟ ଅଧିକ ଖାଇବା। ଥଣ୍ଡା ପାଣି ବିନା କିଛି ଲୋକଙ୍କ ଶୋଷ ମେଣ୍ଟେ ନାହିଁ। କିନ୍ତୁ ଏହି ଥଣ୍ଡା ପାଣି ମଧ୍ୟ କୋଷ୍ଠକାଠିନ୍ୟର ସମସ୍ୟା ପ୍ରଥମ କାରଣ ହୋଇପାରେ। ଆୟୁର୍ବେଦଙ୍କ ଅନୁଯାୟୀ ଶରୀରରେ ବାତ ଅତ୍ୟଧିକ ଥିବା ଯୋଗୁଁ କୋଷ୍ଠକାଠିନ୍ୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାରୁ କିପରି ମୁକ୍ତି ପାଇବା…

ହିଙ୍ଗୁ ପେଟକୁ ଦେଇଥାଏ ଆରାମ…
ହିଙ୍ଗୁ ମଧ୍ୟରେ ଏପରି ଗୁଣ ରହିଛି ଯାହା ବାତକୁ ସନ୍ତୁଳିତ କରେ। ଆପଣଙ୍କୁ କେବଳ ରୋଷେଇ କରିବା ସମୟରେ ହିଙ୍ଗୁର ବ୍ୟବହାର କରିବାକୁ ପଡିବ। ଏହା ଆପଣଙ୍କ ପେଟ ଜନିତ ସମସ୍ୟା ଏବଂ କୋଷ୍ଠକାଠିନ୍ୟରୁ ମୁକ୍ତି ଦେବ। ହିଙ୍ଗୁ ପିଲାମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ। ଯଦି ପିଲାଙ୍କର ପେଟ ଜନିତ ସମସ୍ୟା ଥାଏ, ତେବେ ସେମାନଙ୍କ ଖାଦ୍ୟରେ ହିଙ୍ଗୁ ବ୍ୟବହାର କରନ୍ତୁ।

ଜିରା ପେଟ ପାଇଁ ଲାଭଦାୟକ…
କୋଷ୍ଠକାଠିନ୍ୟ ସମୟରେ ଜିରା ବହୁତ ଲାଭଦାୟକ। ଜିରାର ଗୁଣ ବାତ ଶକ୍ତି ହ୍ରାସ କରେ, ଗ୍ୟାସଟ୍ରିକ ସମସ୍ୟା, ପେଟ ଫୁଲିବା ଏବଂ ହଜମ ପ୍ରକ୍ରିୟାରେ ଆରାମ ଦେଇଥାଏ। କୋଷ୍ଠକାଠିନ୍ୟ ସମସ୍ୟା ହେଲେ ଜିରା ପାଣି ପିଇବାକୁ ଭୁଲିବେ ନାହିଁ। ଏହି ଜିରା ପାଣି ପେଟଜନିତ ସମସ୍ତ ସମସ୍ୟାକୁ ଦୂର କରେ।

ପାନ ମହୁରୀ କୋଷ୍ଠକାଠିନ୍ୟକୁ ଭଲ କରେ…
ପାନ ମହୁରୀରେ ଥିବା ଆୟୁର୍ବେଦିକ ଗୁଣ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ଖାଦ୍ୟ ଖାଇବା ପରେ ପାନ ମହୁରୀ ଖାଇବା ଉଚିତ। ଏପରି କରିବା ଦ୍ୱାରା ମେଟାବୋଲିଜିମ୍ ଠିକ୍ ରହିଥାଏ ଏବଂ ପେଟର ସମସ୍ୟା ଦୂର ହୋଇଯାଏ। କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ପାନ ମହୁରୀ ସର୍ବୋତ୍ତମ ଔଷଧ।

Leave A Reply

Your email address will not be published.