Latest Odisha News

BREAKING NEWS

ବୁମରାହଙ୍କ ସ୍ଥାନରେ ଟି୨୦ ବିଶ୍ୱକପ ଦଳରେ ସାମିଲ ହେବେ ସାମୀ

ମୁମ୍ବାଇ: ଟି୨୦ ବିଶ୍ୱକପ ଠିକ ପୂର୍ବରୁ ଆଘାତ ସମସ୍ୟା ଯୋଗୁ ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଭାରତୀୟ କିଏ ସାମିଲ ହେବ ସେ ନେଇ ଆଲୋଚନା ଜୋର ଧରିଛି । ତେବେ ମହମ୍ମଦ ସାମୀ ଏହି ଦୌଡରେ ଆଗରେ ଅଛନ୍ତି ଏବଂ ତାଙ୍କୁ ସାମିଲ କରାଯିବ ବୋଲି ବିସିସିଆଇର ଜନୈକ ଅଧିକାରୀ ତାଙ୍କ ପ୍ରକାଶ ନ କରି କହିଛନ୍ତି । ଖୁବ୍ ଶୀଘ୍ର ବୁମରାହଙ୍କ ବଦଳ ଖେଳାଳିଙ୍କ ନାମ ବିସିସିଆଇ ଘୋଷଣା କରିବ ବୋଲି ସେ କହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରିଥିବା ମହମ୍ମଦ ସିରାଜଙ୍କୁ ମଧ୍ୟ ଅଷ୍ଟ୍ରେଲିଆ ଯିବା ପାଇଁ କୁହାଯାଇଛି ।

ସାମୀ ଏନସିଏରେ ଫିଟନେସ ଟେଷ୍ଟ ପାସ କଲେ ସିଧାସଳଖ ଅଷ୍ଟ୍ରେଲିଆ ଯିବେ । ୨୦୨୧ ପରଠାରୁ ସାମୀ କୌଣସି ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳି ନାହାନ୍ତି । ଯାହା କି ଏକ ଚିନ୍ତାର ବିଷୟ ବୋଲି ସମୀକ୍ଷକମାନେ କହିଛନ୍ତି । ତେବେ ସେ ଜଣେ ଅଭିଜ୍ଞ ଖେଳାଳି ହୋଇଥିବାରୁ ବିଶେଷ ଅସୁବିଧା ହେବନି ବୋଲି ଆଶା ବ୍ୟକ୍ତ କରାଯାଉଛି । ଆଇପିଏଲରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.