Latest Odisha News

BREAKING NEWS

ଡାକ୍ତରଖାନାରେ ନ ଥିଲା ଲାଇଟ୍‌, ମୋବାଇଲ ଟର୍ଚ୍ଚରେ ରୋଗୀର ପଡିଲା ଷ୍ଟିଚ୍

ଖୋର୍ଦ୍ଧା: ଅନ୍ଧାରରେ ହେଲା ଅପରେସନ୍ । ମୋବାଇଲ ଟର୍ଚ୍ଚ ଲାଇଟରେ ପଡିଲା ଷ୍ଟିଚ୍ । ରଣପୁର ବ୍ଲକ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଛି  ସ୍ୱାସ୍ଥ୍ୟବସ୍ଥାର ଏଭଳି ନଗ୍ନ ଚିତ୍ର ।

ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବିନୋଦପଡା ଛକଠାରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ ଜଣେ ଯୁବକ । ଯୁବକ ଜଣଙ୍କ ଘର ଚମ୍ପାଇଲୋ ଗାଁରେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଡ୍ରେସିଂ ରୁମକୁ ନିଆ ଯାଇଥିଲା । ତେବେ ଜରୁରୀକାଳୀନ ସେବା ଗୃହର ସବୁ ଲାଇଟ ଫିଉଜ ହୋଇଯିବାରୁ ମୋବାଇଲ ଟର୍ଚ୍ଚ ଲାଇଟରେ ଷ୍ଟିଜ ପକାଇଥିଲେ ମେଡିକାଲ ଆଟେଡାଂଟ ।

କିଛି ଦିନ ତଳେ ୫ କୋଟି ଟଙ୍କାରେ ନିର୍ମିତ ହୋଇଥିଲା ୩ ମହଲା ବିଲ୍ଡିଂର ଏହି ସ୍ୱାସ୍ଥ୍ୟକେନ୍ଦ୍ର । ତେବେ ବାହାରୁ ଚକ୍ ଚକ୍ କରୁଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଭିତରେ ରହିଛି ଅନେକ ଅବ୍ୟବସ୍ଥା । ଏହି ନବନିର୍ମିତ ଡାକ୍ତରଖାନାରେ ବିଦ୍ୟୁତ୍ ସେବା ଉପଲବ୍ଧ ନାହିଁ । ଲାଇଟ ନଥିବାରୁ ରୋଗୀ ନାନା ହଇରାଣ ହେଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଚଂଳରେ ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.