Latest Odisha News

BREAKING NEWS

ଲ୍ୟାଣ୍ଡଫଲ୍ କଲା ନିସର୍ଗ

ମୁମ୍ବାଇ: ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ‘ନିସର୍ଗ’ ମହାରାଷ୍ଟ୍ର ଉପକୂଳରେ ସ୍ଥଳଭାଗ ଛୁଇଁଛି । ଏବେ ଏହି ବାତ୍ୟା ଆଗାମୀ କିଛି ଘଣ୍ଟା ମଧ୍ୟରେ ମୁମ୍ବାଇ ଉପକୂଳ ପହଞ୍ଚିବା ସହିତ ସୁରଟରେ ଏହାର ପ୍ରଭାବ ଅନୁଭୁତ ହେବ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଶାସନକୁ ତୁରନ୍ତ ପ୍ରଭାବିତ ସ୍ଥାନ ମାନଙ୍କରେ ରିଲିଫ ବଣ୍ଟନ ଲାଗି ନିର୍ଦ୍ଦେଶ ଦେବା ସହିତ ଏହି ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ତୁରନ୍ତ ରିପୋର୍ଟ ଦେବାକୁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକର ଜିଲ୍ଳାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମହାରାଷ୍ଟ୍ର ଉପକୂଳର ଅଲ୍ଲିବାଗ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିଥିବାର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି । ଲ୍ୟାଣ୍ଡଫଲ୍ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୪୦ ରହିଥିବା ଜଣାପଡ଼ିଛି ।

ଉପକୂଳବର୍ତ୍ତୀ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେଉଛି, ଏପରିକି ରାୟଗଡ଼, ଅଲ୍ଲିବାଗ ଅଞ୍ଚଳରେ ପବନ ଯୋଗୁଁ ଅନେକ କ୍ଷତି ଘଟିଛି । ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ୧୨ଟି ଜିଲ୍ଲାର ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି ।

ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ବିମାନ ଚଳାଚଳକୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

Leave A Reply

Your email address will not be published.