ନୂଆଦିଲ୍ଲୀ: ଆଇସିସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ ଏବଂ ଅନ୍ୟମାନଙ୍କ ବିରୋଧରେ ମନି ଲଣ୍ଡରିଂ ଆକ୍ଟ (ପିଏମଏଲ୍ଏ) ଅନୁଯାୟୀ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଶୁଣାଣି ପାଇଁ ବାଟ ଖୋଲିଛନ୍ତି।
କୋର୍ଟ କହିଛନ୍ତି, “PMLA ଅଧୀନରେ ଦାଖଲ ହୋଇଥିବା ଲିଖିତ ଅଭିଯୋଗ ଏବଂ ବିବୃତ୍ତି ଅନୁଯାୟୀ ଅଭିଯୁକ୍ତ ଶ୍ରୀମତୀ ଚନ୍ଦା କୋଚର ଅଭିଯୁକ୍ତ ଭି.ଏନ୍ ଧୁଟ୍ ଏବଂ ଭିଡିଓକନ୍ ଗ୍ରୁପ୍ କମ୍ପାନୀକୁ ଋଣ ପ୍ରଦାନରେ ତାଙ୍କ ସରକାରୀ ପଦର ଅପବ୍ୟବହାର କରିଛନ୍ତି।
ଫେବୃଆରୀ ୧୨ ରେ ବିଚାରପତିଙ୍କ ନିକଟରେ ଉପସ୍ଥିତ ରହିବାକୁ ତାଙ୍କ ଚନ୍ଦା କୋଚର୍ଙ୍କ ସମେତ ସ୍ୱାମୀ ଦୀପକ କୋଚର ଏବଂ ଅନ୍ୟମାନଙ୍କୁ ସମନ ପଠାଇଛନ୍ତି। ସେମାନଙ୍କ ବିରୋଧରେ ସମ୍ପୂର୍ଣ୍ଣ ବିଚାର ପ୍ରକ୍ରିୟା ଇଡି ମାମଲାରେ ଆସନ୍ତା ସପ୍ତାହରେ ଆରମ୍ଭ ହେବ।
Comments are closed.