Latest Odisha News

BREAKING NEWS

ଦେଶରେ କରୋନା ନେଇଛି ୭୩୪ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ : ଦେଶରେ କିଲର କରୋନା ନେଇଛି ୭୩୪ ଜଣ ଡାକ୍ତରଙ୍କ ଜୀବନ । ମହାମାରୀ କରୋନା ଯୋଗୁ ଦେଶରେ ୧୬୨ ଜଣ ଡାକ୍ତର ପ୍ରାଣ ହରାଇଥିବା ସରକାର ରାଜ୍ୟସଭାକୁ ଅବଗତ କରିଥିଲେ। ତେବେ କରୋନା ଯୋଗୁ ୧୬୨ ନୁହେଁ ବରଂ ୭୩୪ ଜଣ ଡାକ୍ତରଙ୍କ ଜୀବନ ଯାଇଥିବା କହିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ।

ଆଇଏମଏ ୨୦୨୦ ନଭେମ୍ବର ମାସରେ ତା’ର ତଥ୍ୟକୁ ପ୍ରଥମେ ସରକାରଙ୍କ ଆଗରେ ଉପସ୍ଥାପନ କରିଥିଲା। ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ଡାକ୍ତରଙ୍କ ମୃତ୍ୟୁ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଇଛି । ଆଜି ସୁଦ୍ଧା ଦେଶରେ ୭୩୪ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଆଇଏମଏ କହିଛି । ଆଇଏମଏ ସଭାପତି ଡାକ୍ତର ଜେ.ଏ ଜୟାଲାଲ କହିଛନ୍ତି, କାର୍ଯ୍ୟ କରିବା ବେଳେ କେତେ ଜଣ ଡାକ୍ତର କରୋନାରେ ପ୍ରାଣ ହରାଇଛନ୍ତି, ତା’ର ତଥ୍ୟ ନଥିବା ସରକାର ଗତ ସେପ୍ଟେମ୍ବର ମାସରେ ଘୋଷଣା କରିଥିଲେ। ତେବେ ସରକାର ଭୁଲ ତଥ୍ୟ ଦେଇଥିବା କହିଛି ଆଇଏମଏ ।

Leave A Reply

Your email address will not be published.