Latest Odisha News

BREAKING NEWS

ହକ୍ ପାଇଁ ଆଦିବାସୀ ମହାମେଳୀ, ୧୫ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଆଦିବାସୀ ସଂଘ

ସୁବର୍ଣ୍ଣପୁର: ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଆଦିବାସୀ। ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ସୋନପୁର ସହରରେ ଏକ ବିଶାଳ ଆଦୀବାସୀ ମହାମେଳୀ ଆନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରୟାଲ ପଡିଆଠାରୁ ହଜାର ହଜାର ସଂଖ୍ୟକ ଆଦୀବାସୀ ମହିଳା ଓ ପୁରୁଷ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ନୃତ୍ୟ ଗିତରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ଏହାସହିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲେ।

ଏଥିରେ ଆଦିବାସୀ ସଙ୍ଘ ପକ୍ଷରୁ ସରକାରଙ୍କ ଦ୍ୱାରା ରଣା, ମାଳୀ ଓ ଅନ୍ୟାନ୍ୟ ଜାତିକୁ ଆଦିବାସୀ ଜାତି ତାଲିକାରେ ସାମିଲ କରାଯିବାକୁ ନେଇ ତୁରନ୍ତ ପ୍ରତ୍ୟାହାର, ଜଙ୍ଗଲ ଜମି ଅଧିକାର ଆଇନ-୨୦୨୩କୁ ପ୍ରତ୍ୟାହାର କରି ୨୦୦୬-୦୭ ଆଇନକୁ ଲାଗୁ କରି ପଟ୍ଟା ପ୍ରଦାନ ଓ ନକଲି ଆଦିବାସୀଙ୍କୁ ସରକାର ତୁରନ୍ତ ଚିହ୍ନଟ କରି ବହିଷ୍କାର କରିବା ଆଦି ୧୫ ଦଫା ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି ଦାବିପତ୍ରକୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀମାନେ ଉତ୍ତେଜିତ ହୋଇ ପୋଲିସ ଉପରକୁ ପାଣି ପାଉଜ ଫିଙ୍ଗିବା ସହିତ ଗେଟକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏନେଇ ଆଦିବାସୀ ନେତୃବୃନ୍ଦ ମହିଳା ଓ ପୁରୁଷମାନଙ୍କୁ ବହୁ ବୁଝାବୁଝି କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିବା ଦେଖିବାକୁ ମିଳିଥିଲା।

Comments are closed.