Latest Odisha News

BREAKING NEWS

[ଭିଡିଓ] ହାଥରସ୍ ମାମଲାରେ ଡୁଲେଶ୍ୱର ତାଣ୍ଡିଙ୍କ ଭାଇରାଲ୍ ରାପ୍ !

କଳାହାଣ୍ଡି: ପ୍ରଥମେ ଥିଲେ ପ୍ରବାସୀ ଶ୍ରମିକ । ହେଲେ ଏବେ ଡୁଲେଶ୍ୱର ତାଣ୍ଡି ପାଲଟିଛନ୍ତି ରାପର୍ ଡୁୁଲେ ରକର । ସବୁବେଳେ ସାଧାରଣ ଲୋକଙ୍କ ପ୍ରକୃତ ଘଟଣାକୁ ନିଜ ରାପିଂରେ ସଜାଇଥାନ୍ତି । ରାୟପୁରରେ ରହି କାମ କରୁଥିବା ଡୁଲେଶ୍ୱର କରୋନା ଲକ୍‌ଡାଉନ୍‌ରେ ଘର କଳାହାଣ୍ଡିକୁ ଫେରିବା ପରେ ରାପ୍ ପାଇଁ ଚର୍ଚ୍ଚାକୁ ଆସିଥିଲେ ।

ନିକଟରେ ଏହି ଚର୍ଚ୍ଚିତ ରାପର୍ ଦୁଇଟି ଘଟଣାକୁ ନେଇ ରାପ୍ କରିବାରେ ନଜର ଆସିଛନ୍ତି । ପ୍ରଥମଟି ହେଉଛି କୃଷି ବିଲ୍ ଓ ଦ୍ୱିତୀୟତଃ ବହୁଚର୍ଚ୍ଚିତ ହାଥରସ୍ ଗଣଦୁଷ୍କର୍ମ ମାମଲା । ରାପ୍ ର ଲିରିକ୍ସ ଲାଇନ୍ ଉପରେ ଧ୍ୟାନ ଦେଲେ ଡୁଲେଶ୍ୱରଙ୍କ ଜ୍ଞାନ ଓ ବୁଝିବା ଶକ୍ତି ସ୍ପଷ୍ଟ ଜଣାପଡେ । ବେଶ ସାଧାରଣ ଭାବେ ଦୁଇଟି ସମ୍ବେଦନଶୀଳ ଘଟଣାକୁ ସେ ନିଜ ରାପ୍‌ରେ ସଜାଇପାରିଛନ୍ତି ।

ତାଙ୍କର ଲେଟେଷ୍ଟ ଭିଡିଓର ଟାଇଟଲ ରହିଛି ଇନ୍‌କିଲାବ ଜିନ୍ଦାବାଦ । ଏହି ଭିଡିଓ ଜରିଆରେ ସେ ଉତ୍ତରପ୍ରଦେଶ ସରକାର ଓ ପୋଲିସକୁ ହାଥରସ୍ ଗଣଦୁଷ୍କର୍ମ ମାମଲାକୁ ନେଇ ଏକାଧିକ ପ୍ରଶ୍ନ କରିଛନ୍ତି । ରାପର ଡୁଲେ ରକରଙ୍କ ଏହି ଭିଡିଓ ଲୋକଙ୍କୁ ଯେତିକି ଇମ୍ପ୍ରେସ୍ କରିଛି, ତାଠୁ ଅଧିକ ଏହାର ମର୍ମ ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆରେ ଏହି ରାପ୍ ଖୁବ ଭାଇରାଲ୍ ହୋଇଛି ।

Leave A Reply

Your email address will not be published.