Latest Odisha News

BREAKING NEWS

ବାଲେଶ୍ୱର ନାବାଳିକା ଯୈାନ ଶୋଷଣ ମାମଲା; ଘଟଣାର ସଦ୍ୟତମ ରିପୋର୍ଟ ଦାଖଲ କରିବାକୁ ଏନ.ଏଚ.ଆର.ସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗତ ଜୁନ୍ ୨୦୧୬ରେ ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ଗ୍ରାମର ଜଣେ ୧୧ ବର୍ଷିୟ ନାବାଳିକା ଯୈାନ ଶୋଷଣ ମାମଲାରେ ବାଲେଶ୍ୱର ପୋଲିସର ମନ୍ଥରତାକୁ ନେଇ ଜାତୀୟ ମାନବାଧିକାର କମିଶନ ରାଜ୍ୟ ପ୍ରଶାସନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ସରକାର ଉକ୍ତ ଘଟଣାର ସଦ୍ୟତମ ରିପୋର୍ଟ ଦାଖଲ କରିବାକୁ ବାଲେଶ୍ୱର ପୋଲିସ ସୁପରିଟେଣ୍ଟେଣ୍ଡେଣ୍ଡଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କମିଶନ ‘୨୦୨୦ ପୋକ୍‌ସୋ ଆଇନ’ ଅନୁସାରେ ଜଣେ ଆଇନଜିବୀଙ୍କ ମାଧ୍ୟମରେ ବାଲେଶ୍ୱର ସ୍ଥିତ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ଆବେଦନକରିବା ଓ ଚଳିତ ଅକ୍ଟୋବର ୧୫ ସୁଦ୍ଧା ଅନୁକମ୍ପା ମୁଳକ ଅର୍ଥରାଶି ପ୍ରଦାନକରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ପ୍ରାପ୍ତ ସୁଚନା ଅନୁଯାୟୀ ତିନି ବର୍ଷ ତଳୁ ଆବେଦନ କରାଯାଇଥିଲେହେଁ ଆଜି ପର୍ଯ୍ୟନ୍ତ ପୀଡିତାଙ୍କୁ ଅନୁକମ୍ପା ମୂଳକ ଅର୍ଥରାଶି ମିଳିନାହିଁ।

ବାଲେଶ୍ୱର ପୋଲିସର ମନ୍ଥରତାକୁ ପ୍ରସଙ୍ଗ ଉଲ୍ଲେଖ କରି ଆଇନଜିବୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ । ସୋର ଥାନା ତଳନଗର ଗ୍ରାମର ୧୧ବର୍ଷିୟା ପିଡିତା ସାଙ୍ଗ ମାନଙ୍କ ସହ ଖେଳୁଥିବା ବେଳେ ଅପରାଧି ମାନେ ପିଡିତାକୁ ଜଣକ ଘର ଚିହ୍ନାଇ ଦେବାକୁ କହି ଡାକି ନେଇଥିଲେ ।

ପିଡିତା ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କାରି ଗ୍ରାମ ନିକଟ ଜାତୀୟ ରାଜପଥ ଏକ ଓଭର ବ୍ରିଜ ତଲୁ ଗୁରୁତର ଅବସ୍ଥାରେ ପିଡିତାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ପିଡିତାକୁ ପରିବାର ଲୋକେ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା କରିପାରନଥିଲେ ।

ପିଡିତା ପାଇଁ ସେହି ସମୟରେ ଅନୁକମ୍ପାମୁଳକ ଅର୍ଥରାଶି , ସାଇକୋ-ସୋସିଆଲ କାଉନ୍‌ସେଲିଙ୍ଗ୍ ମଧ୍ୟ କରାଯାଇନଥିବା ପିଟିସନ୍ ରେ ଆଇନଜିବୀ କମିଶନଙ୍କୁ ଜଣାଇଥିଲେ ।

ଏହି ମାମଲାର ତଦନ୍ତ ନିମନ୍ତେ ଏକ ‘ସିଟ’ ଗଠନ କରିବା ସହ ଛଅ ସପ୍ତାହ ମଧ୍ୟରେ ରିପୋର୍ଟ କମିଶନଙ୍କ ନିକଟରେ ଦାଖଲ କରିବାକୁ ପୁଲିସ ମହାନିର୍ଦ୍ଦେଶକଙ୍କୁ କମିଶନ ୨୦୧୯ମେ୨୨ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବାଲେଶ୍ୱର ପୁଲିସ ଅଭିଯୁକ୍ତଙ୍କ ଟେର ପାଉନାହିଁ କହିବା ସହ ତଦନ୍ତ ଚାଲିଥିବା ଦର୍ଶାଇ ଥିଲା ।

 

Leave A Reply

Your email address will not be published.