Latest Odisha News

ମୟୁରଭଞ୍ଜରେ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଟିକାୟତପୁର ଗ୍ରାମର ତଳସାହିରେ ଜଣେ ଆଦିବାସୀ ମହିଳାଙ୍କୁ ରବିବାର ରାତିରେ ୪ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିବା ନେଇ ଅଭିଯୋଗ ହୋଇଛି ।

ମିଳିଥିବା ସୂତ୍ରରୁ ପ୍ରକାଶ, ରାତି ୧୨ଟାରେ ୪ ଜଣ ଅସାମାଜିକ ବ୍ୟକ୍ତି ଉକ୍ତ ମହିଳାଙ୍କ ଘରେ ବଳପୂର୍ବକ ପଶି ଦୁଷ୍କର୍ମକାଣ୍ଡ କରିଛନ୍ତି । ମହିଳାଙ୍କୁ ଗଣଦୁଷ୍କର୍ମ କରିବା ସହିତ ଘରେ ମହିଳାଙ୍କ ବାପାଙ୍କୁ ମାଡ଼ମାରି ଲହୁଲୁହାଣ କରି ଘରେ ଥିବା କିଛି ଟଙ୍କା ମଧ୍ୟ ଲୁଟିନେଇ ଏହି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି ।

“ମହିଳାଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୪୫୭, ୩୯୪, ୩୯୭, ୩୭୬, ୫୦୬ ଓ ୩୪ ଅନୁସାରେ ଏକ ମାମଲା ରୁଜୁ କରାଯାଇଛି । ଘଟଣାସ୍ଥଳକୁ ଏକ ସାଇଣ୍ଟିଫିକ୍ ଟିମ୍ ସହିତ ଏକ ଡ଼ଗସ୍କ୍ୱାଡ଼ ମଧ୍ୟ ତଦନ୍ତ କରିସାରିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନ ସହିତ ଜିଲ୍ଲା ବାହାରେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଖୋଜିବା ଜାରି ରହିଛି । ଏହା ମଧ୍ୟରେ ପୀଡ଼ିତାଙ୍କ ଡ଼ାକ୍ତରୀ ମାଇନା ମଧ୍ୟ ସରିଯାଇଛି,” ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କୃଷ୍ଣଚନ୍ଦ୍ର ପଲେଇ, ବୈଶିଙ୍ଗା ଥାନା ଭାରପ୍ରାପ୍ତ ଅଧିକାରୀ ।

Leave A Reply

Your email address will not be published.