Latest Odisha News

BREAKING NEWS

ଓଡ଼ିଶା ବିଧାନସଭା ଆସନ୍ତା କାଲି ପର୍ଯ୍ୟନ୍ତ ମୁଲତବୀ ରହିଲା

ଭୁବନେଶ୍ୱର: କଂଗ୍ରେସ ଦଳର ହଟ୍ଟଗୋଳ ଯୋଗୁଁ ଓଡ଼ିଶା ବିଧାନସଭା ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରହିଲା ।

ଆଜି ବିଧାନସଭାରେ ଗୃହ କାର୍ଯ୍ୟ ଦିନ ୧୦:୩୦ରେ ଆରମ୍ଭ ହେବା ମାତ୍ରେ ବିରୋଧି କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସି କେନ୍ଦ୍ର ସରକାରଙ୍କ ପେଟ୍ରୋଲ୍ ଓ ଡ଼ିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଂଗ୍ରେସ ସଦସ୍ୟମାନେ ମଧ୍ୟ ଗୃହରେ ବିଭିନ୍ନ ସ୍ଲୋଗାନ ଦେଇ ବାଚସ୍ପତିଙ୍କୁ ପ୍ରଶ୍ନକାଳ ପରିଚାଳନା କାର୍ଯ୍ୟ କରାଇଦେଇ ନଥିଲେ ।

ଗୃହରେ ବିଜେପି ସଦସ୍ୟମାନେ ଚାରା ଦୁର୍ନିତି ତଥା ସମବାୟ ସମିତି ଦୁର୍ନୀତି ବିରୋଧରେ ହଟ୍ଟଗୋଳ କରି ସିବିଆଇ ତଦନ୍ତ କରିବାକୁ ସ୍ଲୋଗାନ ଦେଇଥିଲେ ।

ଫଳରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ ।

Leave A Reply

Your email address will not be published.