ଭୁବନେଶ୍ୱର : ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ୧୬୨ତମ ଜୟନ୍ତୀ ଏବଂ ରାଜ୍ୟ ଗ୍ରନ୍ଥାଗାରର ପ୍ରଥମ ନିର୍ଦ୍ଦେଶକ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଗ୍ରନ୍ଥାଗାର ସୂଚନା ବିଜ୍ଞାନୀ ଡ଼ଃ ଦେଶରାଜ କାଳିଆଙ୍କ ୧୯ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ସହ ଗ୍ରନ୍ଥାଗାର ପରିସରରେ ଏକ ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଆ, ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଆଗାମୀ ଦିନରେ ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କର ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ପାଳନ ସହ ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ଏହା ସହ ବିଦ୍ୟାର୍ଥୀମାନଙ୍କୁ ନିୟମିତ ଭାବେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମାର୍ଗଦର୍ଶନ ସହିତ ପାଠାଗାର ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ଉଚିତ ବୋଲି ମାତା ବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଅଧିକାରୀ ଲଷ୍ମୀଧର ବେହେରା ସଂଯୋଜନା କରିଥିବା ବେଳେ ଗ୍ରନ୍ଥାଗାରିକ ସଙ୍ଘମିତ୍ରା ସାହୁ, ରୁଦ୍ରପ୍ରସାଦ ବେହେରା, ସଳିତା ପାତ୍ର, ବିଦ୍ୟାଧର ପଣ୍ଡା, ମଞ୍ଜୁରାଣୀ ମୁଦୁଲିଙ୍କ ସହ କର୍ମଚାରୀ ଓ ପାଠକ ପ୍ରମୁଖ ଯୋଗଦେଇଥିଲେ ।
Comments are closed.