Latest Odisha News

BREAKING NEWS

କୃଷି ବୈଜ୍ଞାନିକ ଏମ ଏସ୍ ସ୍ବାମୀନାଥନଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳୀ

ପୁରୀ: ବିଶିଷ୍ଟ କୃଷି ବୈଜ୍ଞାନିକ ଏମ ଏସ ସ୍ଵାମୀନାଥନ ଙ୍କ ପରଲୋକ ଘଟିଛି  ।  ତାଙ୍କ ମୃତ୍ୟୁରେ ସାରା ଦେଶରେ ଶୋକ ର ଛାୟା ଖେଳି ଯାଇଛି। ବିଭିନ୍ନ ମହଲ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା ଚିତ୍ରକଳା ମାଧ୍ୟମରେ ଏମ ଏସ୍ ସ୍ବାମୀନାଥନଙ୍କୁ  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି  ।  ପୁରୀ ବେଳାଭୂମିରେ ଏହି ସୁନ୍ଦର ବାଲୁକା ଚିତ୍ର କଳା ନିର୍ମାଣ କରାଯାଇଛି। ଦେଶ ସ୍ବାଧୀନ ପରେ ଦେଶରେ ସବୁଜ ବିପ୍ଳବ ନେଇ ସ୍ବାମୀନାଥନ୍ ଙ୍କ ବଡ ଭୂମିକା ରହିଥିଲା ।

ତାଙ୍କରି ଦିଗଦର୍ଶନରେ କୃଷି କ୍ଷେତ୍ରରେ ରାସାୟନିକ ସାର୍ ସିଞ୍ଚନ, ଟ୍ରାକ୍ଟର ରେ ଚାଷ କାର୍ଯ୍ୟ, ଉନ୍ନତ କିସମର ବିହନ ପ୍ରସ୍ତୁତ କରାଯାଇ ଚାଷ କାର୍ଯ୍ୟରେ ବ୍ୟବହାର ନେଇ ରୋଡ ମ୍ୟାପ ତିଆରି କରାଯାଇଥିଲା। ଯାହା ଫଳରେ ଦେଶ ରେ ୬୦ ଦଶକ ରେ ସବୁଜ ବିପ୍ଲବ ସୃଷ୍ଟି ହୋଇ ସଫଳ ହୋଇଥଲା। ଭାରତ ଖାଦ୍ୟଶସ୍ୟ ଉତ୍ପାଦନ ରେ ଆତ୍ମ ନିର୍ଭର ହୋଇପାରିଥିଲା। ଏ ଦିଗ ରେ  ଏମ ଏସ ସ୍ଵାମୀନାଥନ ଙ୍କ ପ୍ରଚେଷ୍ଟା, ଅଦମ୍ୟ ଉଦ୍ୟମ ରହିଥିଲା ।  ଏଣୁ ଏଭଳି ଜଣେ ମହାନ୍ କୃଷି ବୈଜ୍ଞାନିକ ଙ୍କୁ ହରାଇ ସାରା ଦେଶବାସୀ ଭାଙ୍ଗି ପଡିଛନ୍ତି।

 

Leave A Reply

Your email address will not be published.