Latest Odisha News

BREAKING NEWS

ଜନ୍ମ ମାଟିରେ ଶହୀଦ ଯବାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି

କୋରାପୁଟ : ଜନ୍ମ ମାଟିରେ ଶହୀଦ ଯବାନଙ୍କୁ ଦିଆଯାଇଛି ଶେଷ ଶ୍ରଦ୍ଧାଞ୍ଜଳି। ଜନସମୁଦ୍ର ପାଲଟିଲା ଗାଁ ଶ୍ମଶାନ। ସମସ୍ତଙ୍କ ହାତରେ ଜାତୀୟ ପତକା। ସମସ୍ତଙ୍କ ମୁହଁରେ ଶହୀଦ ଯବାନ ଅମର ରହେ, ଈଶ୍ୱର ଭାଇ ଅମର ରହେ ନାରା । ନରାରେ ପ୍ରକମ୍ପିତ ହେଉଥିଲା ପରିବେଶ ।  ଏମିତି ଶୋକାକୁଳ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ବଡାଗୁଡା ଗାଁରେ।

ରାଜସ୍ଥାନରେ ଟ୍ୟାଙ୍କ ଫାଇରିଂ ଅଭ୍ୟାସ ସମୟରେ ବୋମା ବିସ୍ଫୋରଣ ହୋଇଥିଲା।  ସଏହି ବିସ୍ଫୋରଣରେ ଓଡ଼ିଆ ପୁଅ ଈଶ୍ୱର ତଲିଆ ଶହୀଦ ହୋଇଥିଲେ ।  ଶହୀଦଙ୍କ ପାର୍ଥିବ ଶରୀର ଆଜି ନିଜ ପୌତୃକ ଗାଁ ବଡାଗୁଡାରେ ପହଞ୍ଚିଥିଲା ।  ଶ୍ମଶାନରେ ପାର୍ଥିବ ଶରୀରକୁ ସେନା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର୍ର ପ୍ରଦାନ କରାଯାଇଥିଲା ।

ଶହୀଦ ଜବାନ ଈଶ୍ୱର ତଲିଆଙ୍କ ଶେଷ ଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ବୈପାରୀଗୁଡା ସହରରେ ଏକ ପ୍ରକାର ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା ।  ଆବାଳ ବୃଦ୍ଧ ବନୀତା ଓ ଜାତିଧର୍ମ ନିର୍ବିଶେଷରେ ସମସ୍ତେ ରାସ୍ତା କାଡରେ ଠିଆ ହୋଇ ଶହୀଦ ଯବାନ ଈଶ୍ୱରଙ୍କ ପାର୍ଥିବ ଶରୀର ଦର୍ଶନ କରିଥିଲେ।

ବୈପାରୀଗୁଡା ଠାରୁ ବଡାଗୁଡା ପର୍ଯ୍ୟନ୍ତ ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଆତ୍ମୀୟ ।  ବଡାଗୁଡାର ନିଜ ଘରେ ପାର୍ଥିବ ଶରୀର ପହଞ୍ଚିବା ପରେ ପରିବାର ବର୍ଗ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।  ଗାଁ ଶ୍ମଶାନରେ ସେନା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର୍ର ପ୍ରଦାନ କରାଯାଇଥିଲା ।  ସ୍ମସାନରେ ପରିବାର ବର୍ଗ ସମତ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, କୋରାପୁଟ ଏସପି ରହିତ ବର୍ମା, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକାଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବୈପାରୀଗୁଡାର ବଡାଗୁଡାର ଈଶ୍ୱର ତଲିଆ ୨୦୧୧ ମସିହାରେ ସେନା ବାହିନୀରେ ଯୋଗ ଦେଇଥିଲେ ।  ସେ ଜାମ୍ମୁରେ ୪୬  ଆର୍ମି ଆର୍ମଡ଼ ରେଜିମେଣ୍ଟରେ ଏଲଡି ପଦବୀରେ କାର୍ଯ୍ୟରତ ଥିଲେ । ଗତ ୧୮ ତାରିଖ ଦିନ ରାଜସ୍ଥାନର ଫକରନ ରେଞ୍ଜ ଠାରେ ଟ୍ୟାଙ୍କ ଫାଇରିଂ ଅଭ୍ୟାସ ବେଳେ ହଟାତ ଟ୍ୟାଙ୍କରେ ବୋମା ବିଷ୍ପରଣରେ ଆଖି ବୁଝିଲେ ଈଶ୍ୱର।  ୩୫  ବର୍ଷରେ ସେ ଦେଶ ମାତୃକା ପାଇଁ ଶହୀଦ ହୋଇଛନ୍ତି ସତ, ତାଙ୍କୁ ନେଇ କେବଳ କୋରାପୁଟ ନୁହେଁ ଆଜି ସାରା ଦେଶ ଗର୍ବ କରୁଛି।

Comments are closed.