Latest Odisha News

BREAKING NEWS

ବାଲୁକା କଳା ଦ୍ୱାରା ଖ୍ୟାତନାମା କାର୍ଟୁନିଷ୍ଟ କିଶୋର ରଥଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଖ୍ୟାତନାମା କାର୍ଟୁନିଷ୍ଟ କିଶୋର ରଥଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି। ପ୍ରସିଦ୍ଧ ବ୍ୟଙ୍ଗ ଚିତ୍ରକର କିଶୋର ରଥଙ୍କ ମୃତ୍ୟୁ ତାଙ୍କର ପ୍ରଶଂସକ ମହଲରେ ଶୋକର ଛାୟା ଖେଳିଯାଇଛି। ଏନେଇ ପୁରୀ ବେଳାଭୂମିରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ର କଳା କରି କିଶୋର ରଥଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ବାଲୁକା ଚିତ୍ରକଳାଟି ବେଶ ହୃଦୟସ୍ପର୍ଶୀ ହୋଇଛି। କିଶୋର ରଥ ତାଙ୍କର ଶାଣିତ ବ୍ୟଙ୍ଗ ଚିତ୍ରରେ ସମାଜକୁ ଅନେକ କିଛି ଦିଗଦର୍ଶନ ଦେଉଥିଲେ। ଏହାସହ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିରେ ସେ ବାର୍ତ୍ତା ଦେଉଥିଲେ। ବ୍ୟଙ୍ଗ ଚିତ୍ରରେ ତାଙ୍କର ନିଆରା ଶୈଳୀ ଜନମାନସରେ ବେଶ ଆଦୃତ ହାସଲ କରିଥିଲା।

Comments are closed.