Latest Odisha News

BREAKING NEWS

ଟେଲିଗ୍ରାମ ବ୍ୟାନ ପରେ VPN ଆପ୍ ମୁହାଁ ୟୁଜର୍ସ, ଦିନକରେ ଲକ୍ଷେ ଡାଉନଲୋଡ

ନୂଆଦିଲ୍ଲୀ: ଜୁନ୍ ୧୬ ତାରିଖରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଥିଲେ। ଯାହା ପରେ ଭାରତରେ VPN ଆପ୍ ଡାଉନଲୋଡରେ ବର୍ଷର ସବୁଠାରୁ ବଡ଼ ବୃଦ୍ଧି ଦେଖିବାକୁ ମିଳିଥିଲା।

ଆପ୍ ଇଣ୍ଟେଲିଜେନ୍ସ ଫାର୍ମ ଆପ୍ ଫିଗର୍ସରୁ ମିଳିଥିବା ତଥ୍ୟ ଦର୍ଶାଉଛି ଯେ ଟେଲିଗ୍ରାମ ବ୍ୟାନ ପରେ ବହୁ ସଂଖ୍ୟକ ୟୁଜର୍ସ VPN ଏବଂ ବିକଳ୍ପ ମେସେଜିଂ ଆପ୍ ଆଡକୁ ମୁହାଁଇଥିଲେ।

ରିପୋର୍ଟ ଅନୁଯାୟୀ, ଜୁନ୍ ୧୭ ତାରିଖରେ ଭାରତରେ ଶ୍ରେଷ୍ଠ ୧୦୦ VPN ଆପ୍‌ର ମୋଟ ଡାଉନଲୋଡ ୯.୧୯ ଲକ୍ଷରେ ପହଞ୍ଚିଥିଲା। ଏହି ସଂଖ୍ୟା ଜୁନ୍ ୯ ରୁ ୧୫ ତାରିଖ ପର୍ଯ୍ୟନ୍ତ ହାରାହାରି ତୁଳନାରେ ୭୬ ପ୍ରତିଶତ ଅଧିକ ଥିଲା। ଜୁନ୍ ୧୬ ତାରିଖରେ VPN ଆପ୍ ଡାଉନଲୋଡ ମଧ୍ୟ ୬.୪୫ ଲକ୍ଷକୁ ବୃଦ୍ଧି ପାଇଛି। ୨୦୨୫ ଆରମ୍ଭରୁ VPN ଆପ୍ ପାଇଁ ଏହା ସବୁଠାରୁ ବଡ଼ ବୃଦ୍ଧି ବୋଲି ବିବେଚନା କରାଯାଉଛି।

ତଥ୍ୟ ଦର୍ଶାଉଛି ଯେ ପ୍ରୋଟନ୍ VPN ଡାଉନଲୋଡରେ ୧୫୭ ପ୍ରତିଶତ ବୃଦ୍ଧି ଘଟିଛି। ଜୁନ୍ ୧୭ ତାରିଖରେ ଏହା ୧.୫୫ ଲକ୍ଷରୁ ଅଧିକ ପହଞ୍ଚିଛି। ଟର୍ବୋ VPN ଡାଉନଲୋଡ ମଧ୍ୟ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି। ଏହାର ଡାଉନଲୋଡ ମଧ୍ୟ ପ୍ରାୟ ଦୁଇଗୁଣ ହୋଇ ୧୨୨,୦୦୦ ହୋଇଛି। ନିଞ୍ଜା VPNରେ ୬୬୯ ପ୍ରତିଶତ ବୃଦ୍ଧି ଦେଖାଯାଇଥିବା ବେଳେ Express VPNରେ ୩୪୫ ପ୍ରତିଶତ ବୃଦ୍ଧି ଦେଖାଯାଇଛି।

 

Leave A Reply

Your email address will not be published.