Latest Odisha News

ମା’ କାଳୀଙ୍କ ନେଇ ମହୁଆଙ୍କ ବିବାଦୀୟ ମନ୍ତବ୍ୟ, ଟିଏମସି କଲା ନିନ୍ଦା

ନୂଆଦିଲ୍ଲୀ: ମା’ କାଳୀ ସିଗାରେଟ ଟାଣୁଥିବାର ଫଟୋକୁ ନେଇ ଏବେ ବିବାଦ ବଢିବାରେ ଲାଗିିଛି । ଏହି ମାମଲାରେ ୟୁପି ପୋଲିସ ମଦୁରାଇର ସଂପୃକ୍ତ ଫିଲ୍ମ ନିର୍ମାତା ବିରୋଧରେ ମାମଲା ରୁଜୁ କରି ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋରେ ହାତକଡି ପିନ୍ଧାଇବାକୁ ପ୍ରୟାସ କରିଛି ଅନ୍ୟପଟେ ରାଜନୀତି ମଧ୍ୟ ବଢିଛି ।

ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ମହାରାଷ୍ଟ୍ରର ପୂର୍ବତନ ମହାବିକାଶ ଅଘାଡି ସରକାର ବେଳେ ହିନ୍ଦୁତ୍ୱ ପ୍ରସଙ୍ଗରେ ନିରବ ରହୁଥିଲା। ଏବେ କ୍ଷମତା ଯିବା ପରେ ଶିବସେନା (ଉଦ୍ଧବ ଗୋଷ୍ଠୀ) ସାଂସଦ କାଳୀଙ୍କ ଫଟୋକୁ ଏପରି ଚିତ୍ରଣ କରିବାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ହିନ୍ଦୁ ଦେବାଦେବୀକୁ ଏପରି ଅପମାନ କରିବା ଠିକ୍ ନୁହେଁ କହିଛନ୍ତି।

ଟ୍ୱିଟରରେ ସେ କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତାର ଅର୍ଥ ହିନ୍ଦୁ ଦେବତା ଏବଂ ଦେବୀଙ୍କୁ ନେଇ ମନ ଇଚ୍ଛା କହିବା ଠିକ୍ ନୁହେଁ। ସମସ୍ତ ଧର୍ମ ସମାନ। ମା କାଳୀଙ୍କ ଉପରେ ଫିଲ୍ମର ପୋଷ୍ଟର ତାଙ୍କୁ ବ୍ୟଥିତ କରିଛି ବୋଲି ସେ କହିଛନ୍ତି।

ସେପଟେ ଇଣ୍ଡିଆ ଟୁଡେ କନକ୍ଲେଭରେ ଯୋଗ ଦେଇ ରାଜ୍ୟସଭା ସାଂସଦ ମହୁଆ ମୈତ୍ର କହିଥିଲେ ତାଙ୍କ ନଜରରେ ମା କାଳୀ ମାଂସାହାରୀ ଏବଂ ମଦ ପିଅନ୍ତି । ଏଥିପାଇଁ ସେ ସିକିମ୍ ଏବଂ ୟୁପିର ଉଦାହରଣ ଦେଇଥିଲେ। ସିକିମରେ କାଳୀଙ୍କ ପାଖରେ ପ୍ରସାଦ ଭାବରେ ହ୍ୱିସ୍କିକୁ ଭୋଗ ଆଗରରେ ଦିଆଯାଉଥିବା ବେଳେ ୟୁପିରେ ଏପରି ଦେବା ଦେବୀଙ୍କୁ ଅପମାନ ବୋଲି ସେ କହିଥିଲେ।

ଏହାପରେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ କହିଥିଲେ ମହୁଆଙ୍କ ବୟାନ ହିନ୍ଦୁ ଭାବନାକୁ କ୍ଷତି ପହଞ୍ଚାଇଛି। ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଉଥିବାରୁ ମହୁଆଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅପିଲ କରିଥିଲେ କାର୍ଯ୍ୟାନୁଷ୍ଠାନ ପାଇଁ।

ତେବେ ବିବାଦ ବଢୁଥିବା ଦେଖି ଟିଏମସି ନିଜର ଆଭିମୁଖ୍ୟ ରଖିଛି । ମହୁଆ ଯାହା କହିଛନ୍ତି, ତାହା ତାଙ୍କ ବ୍ୟକ୍ତିଗତ । ଏହା ଦଳର ମତ ନୁହେଁ ବୋଲି ମମତା ବାନାର୍ଜୀ ନେତୃତ୍ୱାଧୀନ ଟିଏମସି ଟୁଇଟ୍ କରି କହିଛି।

Comments are closed.